Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁଡୁକାଠେଙ୍ଗା ୟୁପି ସ୍କୁଲ ରେ ଶିକ୍ଷକ ନିଯୁକ୍ତି ଦିଅ, ନଚେତ ତାଲାବନ୍ଦ ଚେତାବନୀ ଦେଲେ ଗ୍ରାମବାସୀ।

କଳାହାଣ୍ଡି:୦୫/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଡୁଡୁକାଠେଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରେ ଶିକ୍ଷକ ଅଭାବ ରହିଥିବା କାରଣରୁ ଶିକ୍ଷାଦାନ ରେ ଅସୁବିଧା ହେବାସହ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଉଥିବା ଅଭିଯୋଗ କରିଛନ୍ତି। ସୂଚନା ମତେ ୟୁପି ସ୍କୁଲ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ରହିଥିବା ବେଳେ ୧୮୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି ବିଦ୍ୟାଳୟ ରେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ରେ ପଢିବା ପାଇଁ ଭୁର୍ଷାଗୁଡା, ଧୋବେନପଡା,ବନ୍ଧପଡା, ଘଣ୍ଟିଗୁଡା ୨ ପଞ୍ଚାୟତ ର ଛାତ୍ରଛାତ୍ରୀ ମାନେ ନିର୍ଭର କରୁଥିବା ସ୍ଥଳେ ସ୍କୁଲ ରେ ମାତ୍ର ୩ ଜଣ ଶିକ୍ଷକ ରହିଛନ୍ତି। ଏଣୁ ଶିକ୍ଷା ଦାନ ରେ ବାଧାପ୍ରାପ୍ତ ହେଉଥିବା କାରଣ ରୁ ବିଦ୍ୟାଳୟ କୁ ୩ ଜଣ ଶିକ୍ଷକ ନିଯୁକ୍ତି ଦେବାକୁ ମଙ୍ଗଳବାର ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ଙ୍କ ନେତୃତ୍ୱରେ ଖଗେଶ୍ବର ପାଣିଗ୍ରାହୀ, ଚିତ୍ତରଞ୍ଜନ ନାଗ,ନିତେଶ କାଣ୍ଡ ପଦ୍ମନ ଚଲାନ,ୱାର୍ଡ ସଭ୍ୟ ଦେବୀସିଂ ନାଗ ପ୍ରମୁଖ ଗ୍ରାମବାସୀ ଆସି କୋକସରା ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ଅନୁପସ୍ଥିତ ଥିବାରୁ ବିଆରସିସି ତୋଫାନ ମାଝୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଓ ଯଦି ଏକ ସପ୍ତାହ ମଧ୍ୟରେ ଶିକ୍ଷକ ନିଯୁକ୍ତି ନେଇ ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନକଲେ ସ୍କୁଲ ରେ ତାଲା ଦେଇ ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି।