ସମ୍ବଲପୁର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଙ୍ଗଳବାର ଧନକଉଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ପରିଦର୍ଶନ କରିଥିଲେ I ଏହି ପ୍ରତିନିଧି ଦଳରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଅସ୍ୱଥି ଏସ, ଏନଏଚଏମ୍ ର ମିଶନ ନିର୍ଦ୍ଦେଶକ ଡାକ୍ତର ବୁନ୍ଦା ଡି, ସ୍ୱାସ୍ଥ୍ୟ ନିର୍ଦ୍ଧେଶକ ଡାକ୍ତର ବିଜୟ କୁମାର ମହାପାତ୍ର, ପରିବାର କଲ୍ୟାଣ ର ନିର୍ଦ୍ଧେଶକ ଡାକ୍ତର ସଂଯୁକ୍ତା ସାହୁ, ଏନ୍ଏଚଏମ୍ ସ୍ୱତନ୍ତ୍ର ଅଧିକାରୀ ଆଦିତ୍ୟ କୁମାର ପ୍ରଧାନ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ I ଏହି ଅବସରରେ ସମ୍ବଲପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ରାଣୀ ମିଶ୍ର, ମେଡିକାଲ ଅଫିସର ଡାକ୍ତର ଦିଲିପ୍ କୁମାର ମୂଦୁଲି, ଏଡିପିଏଚଓ ଡାକ୍ତର ପ୍ରଦୀପ ହୋତା , ଅତିଥି ସଭ୍ୟ ହୀରାଲାଲ ବେହେରା, ରାଜ୍ୟ କମିଟି ସଂଯୋଜକ ହୃଷୀକେଶ ସାହୁ, ସହକାରୀ ପ୍ରୋଗ୍ରାମ ଅଫିସର ମଲୟ ପାଣିଗ୍ରାହୀ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ୱାସ୍ଥ୍ୟ ବିଭାଗର ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ I ଏହି ଅବସରରେ ପ୍ରତିନିଧି ଦଳ ଧନକଉଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆବଶ୍ୟକୀୟ ଭିତ୍ତିଭୂମି ତଥା ଏଠାରେ ରୋଗୀଙ୍କୁ ମିଳୁଥିବା ଚିକିତ୍ସା ସୁବିଧାକୁ ନେଇ ତଦାରଖ କରିଥିଲେ I ବିଶେଷ କରି ଆଗାମୀ ଦିନରେ ସ୍ୱାସ୍ଥ୍ୟ ବିଭାଗର ସିବିଆଇଏମ ଟିମ୍ ପରିଦର୍ଶନ ପୁର୍ବରୁ ଆଜିର ଏହି ପରିଦର୍ଶନ କୁ ନେଇ ବେଶ ଗୁରୁତ୍ବ ଦିଆଯାଉଛି।