Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲବ ସାହୁ ଜନ୍ମ ଦିନରେ ଦେଲେ ୩୩ ୟୁନିଟ ରକ୍ତ

ସମ୍ବଲପୁର:ଅଗ୍ରଗାମୀ ଯୁବକ ସଂଘ, ବରଗଡ଼ ଠାରେ ନିଷ୍ଠା ପରିବାର ର ସଂଯୋଜକ ତଥା ସକ୍ରୀୟ ସଦସ୍ୟ ଲବ ସାହୁ ଙ୍କ ଜନ୍ମ ଦିନ ଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ଡାକ୍ତର ଅଜିତ ଦର୍ଜି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବରେ ଆକାଶ ରମେଶ ପଣ୍ଡା ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୩୩ ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ରକ୍ତ ଦାନ ଶିବିର ଆୟୋଜନ ପାଇଁ ଲବ ସାହୁ ଙ୍କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର ରେ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ସଚି ପଣ୍ଡା, ଲବ ସାହୁ, ସଙ୍କେତ ଆଠଘରା, ଚିତ୍ର ପ୍ରଧାନ, ହେମାଞ୍ଚଲ ସାହୁ, ପୁରନ୍ଦର ଭୋଷାଗର, ମାନସ ମେହେର ପ୍ରଣାମ.ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ