Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପିପଲଖୁଲିଆ ନିକଟରେ ପୁଣି ବଣୁଆ ଦନ୍ତା ହାତୀ ମୃତ ଦେହ ଠାବ

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ସମ୍ବଲପୁର ଜିଲ୍ଲା ସଦର ବନାଞ୍ଚଳ ଅନ୍ତର୍ଗତ ବସିଆପଡ଼ା ସେକ୍ସନ କୁମେର ବିଟ୍ ଅଧୀନ ପିପଲଖୁଲିଆ ନିକଟରେ ଏକ ଛୋଟ ଦନ୍ତା ହାତୀର ମୃତ ଦେହକୁ ଆଜି ଠାବ କରାଯାଇଛି। ଏନେଇ ଆଜି ଘଟଣା ଜଣାପଡିବା ପରେ ଦିନ ୯ ଟା ସମୟରେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ବନ ବିଭାଗର ଟିମ ଟ୍ରାକିଙ୍ଗ ସମୟରେ ମୃତ ହାତୀ ଶାବକ ଠାବ କରିଛି ବନ ବିଭଗ । ଘଟଣା ସ୍ଥଳକୁ ଦିନ ୯ ଟା ସମୟରେ ସଦର ରେଞ୍ଜ ଓ ସମ୍ବଲପୁର ବନ ଖଣ୍ତର ବରିଷ୍ଠ ଅଧିକାରୀ ମାନେ ପହଞ୍ଚିବା ସହ ଅଧିକ ଛାନ ଭିନ ଆରମ୍ଭ କରିଛନ୍ତି ।ତେବେ ଶାବକ ଦନ୍ତା ହାତୀ ମୃତ୍ୟୁର କାରଣ ଅସ୍ବଷ୍ଟ ରହିଛି । ମୃତ ହାତୀ ଶାବକ ୭ ବର୍ଷ ବୟସର ହେବ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳକୁ ଭୁବନେଶ୍ଵର ରୁ ଜେଟିଏଫ ଟିମ ଆସୁଥିବା ବନ ବିଭାଗ କହିଛି। ଟିମ ପହଞ୍ଚିବା ପରେ ବ୍ୟବଚ୍ଛେଦ ପରେ ମୃତ୍ୟର କାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୁଚନା ଦିଆଯାଇଛି।ତେବେ ଏହି ଅଞ୍ଚଳରେ ହାତୀ ହତ୍ୟା କିଛି ନୁଆଁ କଥା ନୁହେଁ।