Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲା ସ୍ତରୀୟ ଖରିଫ ଋତୁ ଧାନ କ୍ରୟ କମିଟି ବୈଠକ: ନଭେମ୍ବର ୨୨ରୁ ସମ୍ବଲପୁର ଓ ୨୭ ତାରିଖରୁ କୁଚିଣ୍ଡା ଓ ରେଢାଖୋଲରେ ଧାନ ସଂଗ୍ରହ

ସମ୍ବଲପୁର,(ରାଜାରାମଷଡ଼ଙ୍ଗୀ):ଖରିଫ ବର୍ଷ ୨୦୨୪-୨୦୨୫ ଧାନ ସଂଗ୍ରହ ଲାଗି ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ, ଶିକ୍ଷା, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତିନିଧି, ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ , ଓଡିଶା ସରକାର ଶ୍ରୀ ରବିନରାୟଣ ଙ୍କ ପ୍ରତିନିଧି, ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ରେଢାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ୟ, ରେଙ୍ଗାଲି ବିଧାୟକ ଶ୍ରୀ ସୁଦର୍ଶନ ହରିପାଲ ଙ୍କ ପ୍ରତିନିଧି, ଜିଲ୍ଲା ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ ଙ୍କ ସମେତ ମୁଖ୍ୟ ଯୋଗାଣ ଅଧିକାରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଚାଷି ଯେପରି ସୁବିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି କରିବା ପାଇଁ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ତଥା ଉପସ୍ଥିତ ଲୋକପ୍ରତିନିଧି ଙ୍କ ଅନୁମୋଦନ କ୍ରମେ ଆଗାମୀ ନଭେମ୍ବର ୨୨ ତାରିଖରୁ ସମ୍ବଲପୁର ରେ, ନଭେମ୍ବର ୨୭ ତାରିଖରୁ କୁଚିଣ୍ଡା ଓ ରେଢାଖୋଲ ରେ ଖରିଫ ଋତୁ ଧାନ ସଂଗ୍ରହ ଆରମ୍ଭ କରାଯିବା ପାଇଁ ଦିନ ଧାର୍ଯ୍ୟ କରଯାଇଥିଲା । ଏଥିସହ ଜିଲ୍ଲାର ୯ଟି ବ୍ଲକ ରୁ ସମୁଦାୟ ୧୨୯ ଟି ପିପିସି ଦ୍ଵାରା ଧାନ ସଂଗ୍ରହ କରାଯିବ। ଚାଷି ଙ୍କ ସୁବିଧା ପାଇଁ ଧାନ ସଂଗ୍ରହ କେନ୍ଦ୍ର ରେ ଡିଜିଟାଲ ଆଦ୍ରତା ମିଟର, ୱେଟ ବ୍ରିଜ, ବିଶ୍ଳେଷଣ କିଟ, ପଲିତାରପୋଲିନ ଆଦି ଯୋଗାଇବା ସହ ପ୍ରତିକ୍ଷା କକ୍ଷ ,ପାନୀୟ ଜଳ, ଲାଇଟ, ସୌଚାଳୟ, ସିସିଟିଭି ଏବଂ ମୂଲ୍ୟ ପଦର୍ଶନ ବୋର୍ଡ ଆଦି ର ସୁବିଧା ଥିବା ମଣ୍ଡି ର ବ୍ୟବସ୍ତା କରାଯିବ। ଧାନ ସଂଗ୍ରହ ପରେ ଚାଷି ମାନଙ୍କୁ ତାଙ୍କର ପ୍ରାପ୍ତ୍ଯ ଯଥା ଶିଘ୍ର ଯେମିତି ମଣ୍ଡି ସ୍ତରରେ ପାଇ ପାରିବେ, ସେ ଉପରେ ଧ୍ୟାନ ଦେବା ଉପରେ ଆଲୋଚନା ହୋଇଥିଲା। ରେଜିଷ୍ଟ୍ରେସନ ପରେ ଚାଷି ଙ୍କ ମୋବାଇଲ ରେ ମଣ୍ଡି କୁ ଧାନ ନେଇଯିବା ତାରିଖ ସୂଚନା ଆସିବ। ଏଥର ୫୯,୮୯୫ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ସମୁଦାୟ ଯାଞ୍ଚ ହୋଇଥିବା ଚାଷୀ ଙ୍କ ସଂଖ୍ୟା ୫୯,୮୧୮ରହିଛି। କେନ୍ଦ୍ରୀୟ ଟୋକନ୍ ଜାରି କରାଯିବ ଏବଂ କୃଷକଙ୍କ ପଞ୍ଜୀକୃତ ମୋବାଇଲକୁ ଏସ.ଏମ.ଏସ(SMS) ପଠାଯିବ। ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅନ୍ ଲାଇନ୍ ମୋଡ୍ ରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଧାନର ମୂଲ୍ୟ (ଏମ୍ଏସ୍ପି) ଜମା କରାଯିବ ଏବଂ ପ୍ରତି ୭ ଦିନରେ ରିମାଇଣ୍ଡର ମେସେଜ୍ ମଧ୍ୟ ଜମା କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ