ସ୍ତରୀୟ ଶିଶୁ ମହୋତ୍ସବ,ମହକ ଓ ଉତ୍ସାହ: ଅନ୍ତର୍ନିହିତ ପ୍ରତିଭା ଅନ୍ମେଷଣର ମାର୍ଗ


ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ)ସମ୍ବଲପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ଆଜି ତପସ୍ୱିନୀ ପ୍ରେକ୍ଷାଳୟ ରେ ଆୟୋଜିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ: ମହକ ଓ ଉତ୍ସାହ l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଚିସ୍ମିତା ପଟ୍ଟନାୟକ ଙ୍କର ସଂଯୋଜନା ରେ ଆୟୋଜିତ ଏହି ଶିଶୁ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ର ସି. ଡି. ଏମ. ତଥା ଇ. ଓ. ଅଜେୟ ମଲ୍ଲିକ, ଜିଲ୍ଲା ରେଡ଼କ୍ରସ ର ସମ୍ପାଦକ ଜୟ ଜର୍ଜ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ରେଣୁବାଳା ନନ୍ଦ, ଏନ.ଏଲ.ସି. ର ଡି.ଜି.ଏମ. ପୂର୍ଣ୍ଣିମା ତ୍ରିପାଠୀ, ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ସଦସ୍ୟ ଯଦୁମଣି କୁମ୍ଭାର ଓ ସଦସ୍ୟା ମାନସ୍ବିନୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭା କୁ ଯେପରି ସମାଜ ସମ୍ବୁଖ କୁ ଆସିବ ସେଥିପାଇଁ ସମ୍ବଲପୁର ର ତିନିଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ରୁକ୍ମଣୀ ଲାଠ ବାଳନିକେତନ, ଛଚ୍ଛlନପାଲି, ଡ଼. ଆଇଜlକ ସାନ୍ତ୍ରା ବାଳନିକେତନ, ଫୁଲଝରଣ, ଧନକୌଡା ସ୍ଥିତ ଉତ୍କଳ ବାଳିକା ଆଶ୍ରମ ର ଅନ୍ତେବାସୀ ବାଳକ ବାଳିକା ମାନଙ୍କ ଭିତରେ ଦୌଡକୁଦ, ଫୁଟବଲ, ଲମ୍ବାଡିଆଁ, କେରମ, ନାଚ, ଗୀତ ପ୍ରଭୃତି ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଗହିଲା l ଏଥିରେ ଖେଳାକୁଦ ରେ ରୁକ୍ମିଣୀ ଲାଠ ବାଳନିକେତନ ଓ ନୃତ୍ୟଗୀତ ରେ ଡ. ଆଇଜାକ ସାନ୍ତ୍ରା ବାଳନିକେତନ ର ଅନ୍ତେବାସୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ l
ଜୀବନକୁ ଶୃଙ୍ଖଳିତ ଓ ବିକଶିତ କରିବା ପାଇଁ ନିଜର ଅନ୍ତର୍ନିହିତ ପ୍ରତିଭା କୁ ସମାଜ ସାମ୍ନା କୁ ଆଣିବାର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ l
ଏହି ଅବସରରେ ଏନ.ଏଲ.ସି. ପକ୍ଷରୁ ଶିଶୁ ମାନଙ୍କୁ କ୍ରୀଡା ସାମଗ୍ରୀ ବିତରଣ କରାଯିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମ କୁ ସଫଳ କରିବାରେ ଶିଶୁ ସୁରକ୍ଷା ୟୁନିଟ ର ବବିତା କର, ବ୍ୟାମାକେଶ ପାଣିଗ୍ରାହୀ,ଚିନ୍ମୟ ପାଣ୍ଡେ, ଶୁଭଶ୍ରୀ ସାମଲ, ଉତ୍ତମ ପ୍ରଧାନ, ସଲିଲ ଚୌଧୁରୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।