ମେ’ ରେ ପ୍ରଚଣ୍ଡ ତାତି; ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା


ଭୁବନେଶ୍ବର: ବଢିବ ତାତି। ଆସନ୍ତା ମେ’ ମାସରେ ପ୍ରଚଣ୍ଡ ତାତି ଅନୁଭୂତ ହେବ। ଏ ନେଇ ପୂର୍ବାନୁମାନ କରିଛି ଆଇଏମ୍‌ଡି। ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ଗରମ ହେବ । ପୂର୍ବ ଭାରତ ଓ କେନ୍ଦ୍ରୀୟ ପୂର୍ବ ଭାରତରେ ଦିନ ତାପମାତ୍ରା ଅଧିକ ରହିବ ବୋଲି ଆଇଏମଡିର ପୂର୍ବାନୁମାନ କରିଛି ।

ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଉତରପ୍ରଦେଶର ପୂର୍ବଭାଗ, ଉପକୂଳ ଆନ୍ଧ୍ରପ୍ରଦେଶ, ଛତିଶଗଡ଼,ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଗୁଜରାଟରରେ ଗ୍ରୀଷ୍ମ ପ୍ରବାହ ବଢିବ।

ସୂଚନା ଅନୁଯାୟୀ ଆସନ୍ତା ୨ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି। ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।