Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଏବଂ ପୋଷଣ ମେଳା

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ସ୍ଥାନୀୟ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ବିଦ୍ୟାଳୟସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଏବଂ ପୋଷଣ ମେଳା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ସୁମିତା ପତ୍ରୀଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ସଭାରେ ବିଚାରକ ଭାବେ ଯୋଗଦେଇଥିବା ଅବସରପ୍ରାପ୍ତ ଶିକ୍ଷକ ଉଦିତ ଚନ୍ଦ୍ର ପାଟଯୋଶୀ,ଫକୀର ମୋହନ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମୀନାକ୍ଷୀ ରାଣୀ ପୂଜାରୀ,ସୌଭାଗିନୀ ମିଶ୍ର ଏବଂ ସମ୍ମାନୀତ ଅତିଥିଭାବରେ ଅବସରପ୍ରାପ୍ତ ଶିକ୍ଷକ ହରି ନାରାୟଣ ପଣ୍ଡା,ଯୋଗଦାନ କରି ମଞ୍ଚାସୀନ ଥିଲେ।ଏହି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀକୁ ବୀର ସୁରେନ୍ଦ୍ର ସାଏ ଆୟୁ୍ର୍ବିଜ୍ଞାନ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର,ବୁର୍ଲାର ଏସୋସିଏଟ୍ ପ୍ରଫେସର ଡାକ୍ତର ପ୍ରଜୀତ ଶାଶ୍ବତ ହୋତା ମୁଖ୍ଯଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀ ଉଦଘାଟନ କରିଥିଲେ। ଏହି ଅବସରରେ ସେ ସମସ୍ତ ବାଳ ବୈଜ୍ଞାନିକମାନଙ୍କୁ ବିଜ୍ଞାନ ପୁସ୍ତକ ପଠନ ସହିତ ପ୍ରତିବର୍ଷ ଏକ ନୂତନ ତଥ୍ୟଭିତ୍ତିକ ତଥା ଅନୁସନ୍ଧାନମୂଳକ ବିଜ୍ଞାନ ପ୍ରକଳ୍ପ ତିଆରି କରିବା ପାଇଁ ଆହ୍ୱାନ ଦେଇଥିଲେ।ସଭାଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହାପରେ ମୁଖ୍ଯଅତିଥି ଡ଼ାକ୍ତର ହୋତାଙ୍କ ଦ୍ବାରା ପ୍ରାୟୋଜିତ ତିଥି ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦ୍ବାରା ଆପ୍ୟାୟିତ କରାଯାଇଥିଲା।
ଅପରାହ୍ନ ଅଧିବେଶନରେ ପୋଷଣ ଓ ଦାନ୍ତର ଯତ୍ନ ଉପରେ ଆଧାରିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୋଷଣ ଉପରେ ଆଲୋଚନା କରି ଶ୍ରୀମତୀ ସ୍ଵର୍ଣ୍ଣଲତା ପଣ୍ଡା ଦୈନନ୍ଦିନ ଜୀବନରେ ସନ୍ତୁଳିତ ତଥା ପୌଷ୍ଟିକ ଖାଦ୍ୟର ଆବଶ୍ୟକତା ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଶରୀର ପାଇଁ ପୌଷ୍ଟିକ ଆହାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଆଲୋଚିକା ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଆକାଂକ୍ଷା ଶର୍ମା ଦନ୍ତରୋଗ ଉପରେ ଆଲୋଚନା କରିବା ସହିତ ମୁଖଗହ୍ବର କର୍କଟ ରୋଗର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ। ଛାତ୍ରଜୀବନରୁ ଦନ୍ତର ସ୍ବଚ୍ଛତା ଓ ମାଦକଦ୍ରବ୍ଯ ବ୍ଯବହାରରୁ ନିଜକୁ ଦୂରେଇ ରହିବା ପାଇଁ ଉପଦେଶ ଦେଇଥିଲେ।
ଅନ୍ୟ ଏକ କାର୍ଯ୍ୟକ୍ରମରେ ଏକ ପୋଷଣ ମେଳା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ପୋଷଣ ମେଳା କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା ସମିତି ସଭ୍ଯା ମୈଥିଳୀ ସ୍ବାଇଁ, ଲକ୍ଷ୍ମୀ ତାଣ୍ଡି,ସବିତା ସାହୁ,ପୁଷ୍ପାଞ୍ଜଳି ସାହୁ, ସୌଦାମିନୀ କୁଣ୍ଡୁ ପ୍ରମୁଖ ପରିଚାଳନା କରିଥିଲେ।
ଉଦଯାପନ ଉତ୍ସବରେ ମୁଖ୍ଯଅତିଥି ଭାବେ ସରକାରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ଦାଶ ଏବଂ ମୁଖ୍ୟବକ୍ତା ଭାବରେ ଅଇଁଠାପାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ତର ସନ୍ତୋଷ କୁମାର ସାହୁ ଯୋଗଦାନ କରିଥିଲେ।ମୁଖ୍ଯଅତିଥି ଡକ୍ଟର ଦାଶ ଛାତ୍ରଛାତ୍ରୀଙ୍କୁ ବୈଜ୍ଞାନିକ ଚିନ୍ତାଧାରା ସହିତ ସଦାସର୍ବଦା କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ। ବିଜ୍ଞାନର ଜୟଯାତ୍ରା ଉପରେ ଆଲୋଚନା କରି ସେ ପୂର୍ବତନ ବୈଜ୍ଞାନିକମାନଙ୍କର ବିଭିନ୍ନ ଉଦ୍ଭାବନ ପାଇଁ ଲଭିଥିବା କଷ୍ଟ ଏବଂ ତଦ୍ୱାରା ମାନବସମାଜକୁ ମିଳିଥିବା ଉପକାର ଉପରେ ଆଲୋକପାତ କରିଥିଲେ।ସେ ସମସ୍ତଙ୍କୁ ବିଜ୍ଞାନମନସ୍କ ହେବା ସହିତ ସମାଜରୁ ଅନ୍ଧବିଶ୍ୱାସ ଦୂରୀଭୂତ କରିବା ପାଇଁ ଚେଷ୍ଟିତ ହେବାକୁ ଆହ୍ବାନ ଦେଇଥିଲେ।ମୁଖ୍ୟବକ୍ତା ଡାକ୍ତର ସାହୁ ତାଙ୍କ ଅଭିଭାଷଣରେ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ ଏବଂ ଆମ ଦେଶରେ ଯଦି ବୈଜ୍ଞାନିକମାନଙ୍କୁ ଅଗ୍ରାଧିକାର ଦିଆଯାଆନ୍ତା ତେବେ ଆମ ଦେଶର ବୈଜ୍ଞାନିକ ଆବଶ୍ୟକତା ନିଶ୍ଚିତ ଭାବରେ ପୂରଣ ହୋଇପାରନ୍ତା।ଆମକୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ।।ସେ ଏହି ଅବସରରେ ବିଜ୍ଞାନ କ୍ଷେତ୍ରରେ ବିକଶିତ କେତେ ରାଷ୍ଟ୍ରର ଉଦାହରଣ ଦେଇଥିଲେ। ଛାତ୍ରଛାତ୍ରୀମାନେ କେବଳ ପ୍ରକଳ୍ପ ନିର୍ମାଣକରି ପ୍ରଦର୍ଶନୀ ଭାଗ ନ ନେଇ ତା ଉପରେ ବୈଜ୍ଞାନିକ ତଥ୍ୟ ଲାଭ କରିବାକୁ ଚେଷ୍ଟା କରିବା ଉଚିତ୍।ମଣିଷ ଜୀବନରେ ସ୍ବାସ୍ଥ୍ୟ ହିଁ ପରମ ସଂପଦ ବୋଲି ଅଭିହିତ କରିଥିଲେ।ଅତି ରୁଚିକର ଖାଦ୍ୟ ଓ ଅତ୍ଯଧିକ ଭୋଜନ ସ୍ବାସ୍ଥ୍ୟହାନୀର କାରଣ ବୋଲି ଅଭିହିତ କରିଥିଲେ।ସ୍ବାସ୍ଥ୍ଯହାନୀ ହିଁ ମଣିଷ ଜୀବନରେ ସର୍ବାଧିକ କ୍ଷତି ବୋଲି କହିଥିଲେ।ପରିଶେଷରେ କୃତୀ ବାଳ ବୈଜ୍ଞାନିକମାନଙ୍କୁ ପୁରସ୍କୃତ କରାଯାଇଥିଲା।ସଭାକାର୍ଯ୍ୟକୁ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ପଙ୍କଜିନୀ ନାୟକ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତନୟ କୁମାର ପ୍ରଧାନ,ପ୍ରଦୀପ କୁମାର ସାହୁ, ବିଜ୍ଞାନଶିକ୍ଷୟିତ୍ରୀ ଅପର୍ଣ୍ଣା ପଣ୍ଡା,ପ୍ରିନ୍ସ୍ମିତା ରାଣୀ ବିଶି ତଥା ସୁଧାମୟୀ ପ୍ରଧାନ,ଅନୁବିନ୍ଦା ଦାଶ,ସୁଷମା ଖଡ଼ିଆ, ଗାୟତ୍ରୀ ଭୋଇ, ଅନ୍ନପୂର୍ଣ୍ଣା ପୂଜାରୀ, ଗାୟତ୍ରୀ ଭୋଇ, ଜ୍ଞାନେଶ୍ବର କର, ମଦନମୋହନ ମାଝୀ,ଭୋଳାନାଥ ବିଷୋୟୀ,ସୁବ୍ରତ କୁମାର ସାହୁ,ଦେବଶ୍ରୀ ଦେହୁରୀ,ସୁଜୀତ ନାରାୟଣ ନାଏକ, ଅଫିସ୍ ସହକାରୀ ଜିତେନ୍ଦ୍ରିୟ ବେରିହା ସମେତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ବୁଦ୍ଧି ବାହାଦୁର,ଶିବ ପ୍ରଧାନ ଆଦି ଶିକ୍ଷାକର୍ମଚାରୀମାନେ ସହଯୋଗ କରିଥିଲେ।