Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଙ୍ଗାଲୋର ସୋମପୁରା ଅଞ୍ଚଳରେ ମହାପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ସୋମପୁରା: ବାଙ୍ଗାଲୋର ଇଷ୍ଟ୍, ସର୍ଜାପୂରା, ସୋମପୁରା ଅଞ୍ଚଳରେ ଏକ ଜଗନ୍ନାଥ ମନ୍ଦିରର ନିର୍ମାଣ ପାଇଁ ସ୍ଥାନୀୟ ଉଦ୍ୟୋଗୀ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଅନେକ ଦିନ ହେଲା ଏକ ଯୋଜନା ଚାଲିଥିଲା। ଦୀର୍ଘ ଦିନର ପ୍ରତୀକ୍ଷା ଏଵଂ ଅନେକ ବାଧା ବିଘ୍ନର ସମ୍ମୁଖୀନ ହେବା ପରେ, ଜଗନ୍ନାଥଙ୍କ କୃପାରୁ ଗତ ଏପ୍ରିଲ୍ ତା ୨୨,୨୩, ୨୪ରିଖ ତିନି ଦିନ ଧରି ସୋମପୁରା ଗ୍ରାମ ଠାରେ ମହାପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର କମିଟିର ସମସ୍ତ ସଦସ୍ୟ ମାନଙ୍କ ଉଦ୍ୟମ କ୍ରମେ, ସୋମପୁରାରେ ଏକ ଭଡ଼ା ଘରକୁ ଅସ୍ଥାୟୀ ମନ୍ଦିର ଭାବେ ପରିବର୍ତ୍ତନ କରିଛନ୍ତି।
ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ, ମା ବିମଳା, ମା ଲକ୍ଷ୍ମୀ, ଅଗ୍ରପୂଜ୍ୟ ପ୍ରଭୁ ଗଣେଷ ଏଵଂ ଗରୁଡ଼ ମଧ୍ୟ ସ୍ଥାପନା କରାଯାଇ ପୂଜା ପାଉଛନ୍ତି।
ଏପ୍ରିଲ୍ ୨୧ ତାରିଖ ସନ୍ଧ୍ୟାରୁ ଅଙ୍କୁରାରୋପଣ ଠାରୁ ଆରମ୍ଭ କରି କଳସ ଯାତ୍ରା, ଯଜ୍ଞ, ମହାପ୍ରଭୁଙ୍କ ନ୍ୟାସ ,ମହା ସ୍ନାନ ଏବଂ ଶେଷଦିନ ପୂର୍ଣ୍ଣାହୁତି ସାରି ବିଗ୍ରହ ପ୍ରତିଷ୍ଠା ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ଶହ ଶହ ଜଗନ୍ନାଥଙ୍କ ଭକ୍ତ ମାନେ ସାମିଲ୍ ହୋଇ ତାଙ୍କର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଦର୍ଶନ କରି ଭାବ ବିହ୍ୱଳ ହୋଇଯାଇଥିଲେ। ଓଡ଼ିଆ ପରମ୍ପରା ଏଵଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଟ୍ରଷ୍ଟ୍ ସାରଜାପୁରା ଆନୁକୁଲ୍ୟରେ ମନ୍ଦିର କମିଟିର ସମସ୍ତ ସଦସ୍ୟ ମାନଂକ ଉଦ୍ୟମ ଏବଂ ସବୁ ପ୍ରବାସୀ ଓଡ଼ିଆଙ୍କ ସହଯୋଗ କ୍ରମେ ନୂତନ ମନ୍ଦିର ପାଇଁ ଭୂମି ଅଧିକରଣ ଏଵଂ ମନ୍ଦିର ନିର୍ମାଣ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏଥି ନିମନ୍ତେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଖୁବ୍ ଆଗ୍ରହ ଉତ୍ସାହ ପରିଲକ୍ଷିତ ହେଉଛି।
ସେଇ ମହାବାହୁଙ୍କ କୃପାରୁ ଜଗନ୍ନାଥଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ ହେବ ବୋଲି ମନ୍ଦିର କମିଟି ତଥା ସ୍ଥାନୀୟ ଲୋକମାନେ ଖୁବ୍ ଆଶାବାଦୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ