Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାନୁଆରୀ ୧୫ ରୁ୧୯,ପାଞ୍ଚଦିନ ଧରି ସମ୍ବଲପୁରୀ ଧନୁଯାତ୍ରା

ସମ୍ବଲପୁର:ଗତବର୍ଷ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ସମ୍ବଲପୁରୀ ଧନୁଯାତ୍ରା ଆୟୋଜିତ କରିବାକୁ ଯାଉଛି ସମ୍ବଲପୁରୀ ଧନୁଯାତ୍ରା।ଆଜି ସମ୍ବଲପୁର ସାମ୍ବାଦିକ ଭବନ ରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀ ରେ ସଭାପତି ସଞ୍ଜୟ ବାବୁ, ସମ୍ପାଦକ ଗୁଣରଞ୍ଜନ ସାଲିମା, କୋଷାଧକ୍ଷ ନିଶିକାନ୍ତ ବିଶ୍ୱାଳ, କଂସ ଭୂମିକା ରେ ଥିବା ଅଭିନେତା ଫଣିନ୍ଦ୍ର ପଣ୍ଡା, ଲେଖକ ନିର୍ଦେଶକ ବବୁଲୁ ବାଗ ଓ ସାଂସ୍କୃତିକ ସମ୍ପାଦକ କୃଷ୍ଣ ବାଗ ପ୍ରମୁଖ ମଂଚାସୀନ ଥିଲେ।
ସଭାପତି ଶ୍ରୀ ବାବୁ କହିଲେ ଯେ ଆସନ୍ତା ସମ୍ବଲପୁରୀ ଧନୁଯାତ୍ରା ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖ ରୁ ୧୯ ଜାନୁଆରୀ ଯାଏ ଆୟୋଜିତ ହେବ।ମୁଥୁରା ନଗରୀ ସମ୍ବଲପୁର ସହର ହେବା ସହ ଚାଁଉରପୁର ଗୋପପୁର କରାଯିବ।ଏହି ସମ୍ବଲପୁରୀ ଧନୁଯାତ୍ରା ଆୟୋଜନ କରିବାର ନିଷ୍ପତ୍ତି ସମ୍ବଲପୁରୀ ଭାଷା ସଂସ୍କୃତି ଓ ପରମ୍ପରା କୁ ରୁଦ୍ଧିମନ୍ତ କରିବା ସହ ସମ୍ବଲପୁରୀ ଭାଷା କୁ ପ୍ରଚାର ପ୍ରସାର କରାଯିବା।
ଶ୍ରୀ ବାବୁ ପ୍ରଥମରୁ ସମ୍ବଲପୁରବାସୀ, ଦର୍ଶକ ତଥା ଗଣମାଧ୍ୟମ କୁ ଧନ୍ୟବାଦ ଦେବା ସହ ଆୟୋଜନ ରେ ଆର୍ଥିକ ସହଯୋଗ କରିଥିବା ପୃଷ୍ଠପୋଷାକ ମାନଙ୍କୁ ମଧ୍ୟ୍ୟ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଏମିତି ସହଯୋଗ କରିବାକୁ ଆହ୍ୱାନ କରିଥିଲେ। ସମ୍ପାଦକ ଗୁଣରଞ୍ଜନ ସାଲିମା ଗତବର୍ଷ ର ଭୁଲ ତ୍ରୁଟି କୁ ସୁଧାରିବା ସହ ଆହୁରି ଆକର୍ଷଣୀୟ କରିବାର ପ୍ରୟାସ କରାଯିବ। ଆଗାମୀ ସମ୍ବଲପୁରୀ ଧନୁଯାତ୍ରା ରେ କଳାକାର, ପ୍ରଶାସନ, ସହରବାସୀ ଙ୍କୁ ଅକୁଣ୍ଠ ସହଯୋଗ କରିବା ପାଇଁ ଅନ୍ୟମାନେ ପ୍ରକାଶ କରିଥିଲେ।
ଆଜିର ଏହି ସାମ୍ବାଦିକ ସମ୍ବିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଯୋଗେଶ ନନ୍ଦ, ଶଙ୍କର ବେହେରା, ସୁରେଖା ସାହୁ, ସୂର୍ଯ୍ୟ ପାଣିଗ୍ରାହୀ, ଡାକ୍ତର ରାଜାରାମ ଷଡ଼ଙ୍ଗୀ, ଅରୁଣ ସାହୁ, କିଶୋର ଧରେଇ, ରାହୁଲ ଗୁପ୍ତା, ପୂର୍ଣ୍ଣ ଚନ୍ଦ୍ର ଗର୍ଡିଆ, ଲିଳିମା ବାଗ,ଲଳିତ ବେବର୍ତ୍ତା, ସୌରୀନାରାୟଣ ପାଣିଗ୍ରାହୀ ଓ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ