Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୱାର୍ଡ ମେମ୍ବର ସଂଘର ଦାବି ପୂରଣ ନ ହେଲେ ମାସକ ପରେ ଆନ୍ଦୋଳନ

ସମ୍ବଲପୁର: କୁଚିଣ୍ଡା ଉପଖଣ୍ଡରେ ସର୍ବ ପ୍ରଥମେ ପଞ୍ଚାୟତ ରଜ ବିଭାଗ ର ୱାର୍ଡ ମେମ୍ବର ମାନଙ୍କୁ ନେଇ ୱାର୍ଡ ମେମ୍ବର ସଂଘ ଗଠନ ହୋଇ ବିଭିନ୍ନ ଦାବି ନେଇ ଆନ୍ଦୋଳନ ହୋଇଥିଲା ।ଏହା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳ ରେ ୱାର୍ଡ ମେମ୍ବର ମାନେ ସଂଗଠିତ ହେବା ଆରମ୍ଭ କରି ଦେଇଥିଲେ ।ଇତି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଏକ ହୋଟେଲ ରେ ବିଭିନ୍ନ ଜିଲ୍ଲାର ୱାର୍ଡ ମେମ୍ବର ଓ ୱାର୍ଡ ମେମ୍ବରଙ୍କୁ ନେଇ ଓଡ଼ିଶା ୱାର୍ଡ ମେମ୍ବର ମହା ସଂଘ ଗଠିତ ହୋଇ ଯାଇଛି । ଏହି ମହା ସଂଘରେ କୁଚିଣ୍ଡା ଉପଖଣ୍ଡ ସଂଘ ର ସଭାପତି ସରୋଜ ମେହେର ରାଜ୍ୟ ଉପ ସଭାପତି ମନୋନୀତ ହୋଇ ଥିବାରୁ ତାଙ୍କୁ ଆଜି ଆଦିବାସୀ ଭବନ ରେ ଆୟୋଜିତ କୁଚିଣ୍ଡା ବ୍ଲକ ସଂହାର କାର୍ଯ୍ୟକାରୀ କମିଟି ବୈଠକରେ ଅଭିନନ୍ଦନ ଜ୍ଞାପନ କରାଯାଇଛି । ବ୍ଲକ ସଂଘ ସଭାପତି କେଶରୀ କିଶନ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସମ୍ପାଦିକା ଧନମତି ରୋହିଦାସ, ଉପଦେଷ୍ଟା ସୁବାସ ଚନ୍ଦ୍ର ନାୟକ,ପୂର୍ବ ବିଧାୟକ ବୃନ୍ଦାବନ ମାଝି, ସରୋଜ ମେହେର, ମଞ୍ଜୁ ଲତା କାଲୋ,ରେବତୀ କୁସୁମ, ଲିଲି ନାୟକ, ଇନ୍ଦ୍ରା ବତି କୁସୁମ, ସମୀର ମହାପାତ୍ର ପ୍ରମୁଖ ସଂଘର ସାତ ଦଫା ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ମହା ସଂଘ ରାଜ୍ୟ ସରକାର ଙ୍କୁ ହୁବନେଶ୍ୱର୍ ରେ ଏହି ସାତ ଦଫା ଦାବିପତ୍ର ଦେଇ ମାସକ ଭିତରେ ଦାବି ପୁରଣ କରା ନ ଗଲେ ମହା ସଂଘ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବ ବୋଲି ମହା ସଂଘ ଉପ ସଭାପତି ଶ୍ରୀ ମେହେର ବୈଠକରେ ପ୍ରକାଶ କରିଥିଲେ ।ସଭା ପ୍ରାରମ୍ଭରେ ପଦ୍ମଶ୍ରୀ ମିତ୍ର ଭାନୁ ଗୌନ୍ତିଆ ଙ୍କ ଏକ ମାତ୍ର ପୁତ୍ର ସତ୍ୟ ବ୍ରତ ଗୌନ୍ତିଆ ଙ୍କ ଅକାଳ ବିୟୋଗରେ ସ୍ବର୍ଗତ ଆତ୍ମାର ସତଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ