Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବିନ୍ଦତୋଳା: ଅଁଳା ନବମୀରେ ଭଜନ ସନ୍ଧ୍ୟା

ସମ୍ବଲପୁର:ଗୋବିନ୍ଦତୋଳା ଦୁର୍ଗାପୂଜା କମିଟି ପକ୍ଷରୁ ଅଁଳା ନବମୀ ପରିପେକ୍ଷି ରେ ଆୟୋଜିତ ହୋଇଯାଇଛି ଭଜନ ସନ୍ଧ୍ୟା l ପଣ୍ଡିତ ବିଚିତ୍ରା ନନ୍ଦ ପଣ୍ଡା ଙ୍କର ସଂଯୋଜନା ରେ ଅନୁଷ୍ଠିତ ଏହି ଭଜନ ସନ୍ଧ୍ୟା ରେ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ରବୀନ୍ଦ୍ର ମହାପାତ୍ର, ମାନସୀ ପାତ୍ର, ତୃପ୍ତିମୟୀ ଓ ଅଭିନ୍ନ ସୁନ୍ଦର ପ୍ରମୁଖ ଅନେକ ଗୁଡିଏ ସୁମଧୁର ଭଜନ ପରିବେଷଣ କରିଥିଲେ l ଆଜିପରା ଗୁରୁବାର…,ଆହେ ନୀଳ ସଇଳ …,ଜଗବନ୍ଧୁ ହେ ଗୋସାଇଁ…., ମୁଁ ବଡ ଦେଉଳର ପାରାରେ….,ବଉଳା ଗାଈ… ମତେ କରିଦେ…,ଯଶୋଦା ମାଆ… ପରି ଅନେକ ସୁମଧୁର ଭଜନ ଗାଇ ହଜାର ହଜାର ଦର୍ଶକ ଙ୍କୁ ବିମୋହିତ କରିଦେଇଥିଲେ l ବାଦ୍ୟ ଯନ୍ତ୍ର ରେ ସଶାଯୋଗିତା କରିଥିଲେ ବିଭୂପ୍ରସାଦ ନନ୍ଦ, ଅମୃତ ରଞ୍ଜନ ଦାସ, ଶ୍ୟାମା ରାଓ ଓ ଦେବକାନ୍ତ ନନ୍ଦ l
ଦୀର୍ଘ ବର୍ଷ ହେଲା ଗୋବିନ୍ଦତୋଳା ଦୁର୍ଗାପୂଜା କମିଟି ପକ୍ଷରୁ ଅଁଳା ନବମୀ ଦିନ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥାଏ l କାର୍ଯ୍ୟକ୍ରମ କୁ ସଫଳ କରିବାରେ ସଭାପତି ପ୍ରଦୀପ ପାଢ଼ୀ, କାର୍ଯ୍ୟକାରୀ ସଭାପତି ବାଙ୍କବିହାରୀ ପଣ୍ଡା, ସମ୍ପାଦକ ଡମ୍ବରୁଧର ରଣା, ଦୀପକ ପଣ୍ଡା, ରମାକାନ୍ତ ବେରିହା, ଅଜୟ ସାହୁ, ସୂର୍ଯ୍ୟ ପାଣିଗ୍ରାହି, ରାଜକିଶୋର ପୁରୋହିତ, ସୁପ୍ରିୟ ପାଣିଗ୍ରାହୀ, ଶୁଭମ ମହାପାତ୍ର, ଶ୍ରୀକାନ୍ତ ପଣ୍ଡା, ମନୋଜ ନାୟକ, ଅତିଶ ପାଣିଗ୍ରାହୀ, ଦିଲୀପ ଠାକୁର,ସଞ୍ଜୟ ସାହୁ,ରଂଜିତ ରଥ, ନରେଶ ସୁନାର, ତର୍ପଣ ପ୍ରଧାନ ତଥା ପୂଜା କମିଟି ପକ୍ଷରୁ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ଶୃଙ୍ଖଳିତ ଭାବରେ ସୁପରିଚାଳନା କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ