Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ବଲାଙ୍ଗୀର ଷ୍ଟେସନଠାରେ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ପୂର୍ବ ତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ୧୩ ନଭେମ୍ବର ରେ ବଲାଙ୍ଗୀର ରେଳ ଷ୍ଟେସନରେ ଏକ ପୂର୍ଣ୍ଣ ମାପର ମିଳିତ ବିପର୍ଯ୍ୟୟ ପରିଚାଳନାଅଭ୍ୟାସ ଆୟୋଜନ କରାଯାଇଥିଲା | ଏହି ଅଭ୍ୟାସ ଅବସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନାବଳ (ଏନଡିଆରଏଫ), ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ, ସ୍ଥାନୀୟ ପ୍ରଶାସନ,ରାଜ୍ୟ ଅଗ୍ନିଶମ ସେବା, ରାଜ୍ୟ ସ୍ୱାସ୍ଥ୍ୟ ସେବା, ରେଳ ସ୍କାଉଟ୍ସ ଆଣ୍ଡ ଗାଇଡ୍,
ସ୍ଥାନୀୟ ଏନଜିଓ ଏବଂ ରେଳ ବିଭାଗର ସମସ୍ତ ବିଭାଗ ଅଂଶଗ୍ରହଣ କରିଥିଲେ। ଏହିବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ସମୟରେ ଆଧୁନିକ ଯନ୍ତ୍ରପାତି ଯଥା ରେଳ କୋଚ କାଟିବାମେସିନ, ଅଗ୍ନି ନିର୍ବାପକ ଏବଂ ଶୀଘ୍ର ଚିକିତ୍ସା ସ୍ଥାନାନ୍ତର ଭଳି ଆଧୁନିକ ଉପକରଣଇତ୍ୟାଦି ବ୍ୟବହାର କରାଯାଇଥିଲା I
ସମ୍ବଲପୁର ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆନନ୍ଦସିଂହ ଏହି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ସ୍ଥାନ ପରିଦର୍ଶନ କରି ସମସ୍ତଅଂଶଗ୍ରହଣକାରୀଙ୍କ ସହ ଯୋଗାଯୋଗ କରିଥିଲେ I ଶ୍ରୀ ସିଂହ କହିଛନ୍ତି ଯେ ଏହି ଅଭ୍ୟାସରେଳବାଇ ଏବଂ ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥାକୁ ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିରଗଭୀର ତଥା ସମନ୍ୱିତ ମୁକାବିଲା କରିବାରେ ସାହାଯ୍ୟ କରିବ ଯାହା ଦ୍ୱାରା ପୀଡିତଙ୍କଅସୁବିଧା କମ୍ ହୋଇପାରିବ ଏବଂ ସମସ୍ତ ଏଜେନ୍ସିର ପ୍ରତିକ୍ରିୟା ସମୟକୁ କମ୍ କରିବାରେ
ମଧ୍ୟ ସାହାଯ୍ୟ କରିବ | ସମ୍ବଲପୁର ରେଳମଣ୍ଡଳର ବରିଷ୍ଠ ନିରାପତ୍ତା ଅଧିକାରୀ ଶ୍ରୀଏସ. ଏସ. ନାୟକ ବିପର୍ଯ୍ୟୟ ପରିଚାଳନାରେ ଯୋଗ ଦେଇଥିବା ସମସ୍ତ ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I