Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୭ ରେ ବିଶ୍ଵ ଭାରତୀ ସମାବେଶ

ସମ୍ବଲପୁର :ଆସନ୍ତା ୧୭ ତାରିଖରେ ବିଶ୍ଵ ଭାରତୀ ସମାବେଶ ଅନୁଷ୍ଠିତ ହେବ।ସମିଆ: ସକାଳର ୧୦ ଟାରୁ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ଏଲଜି -୧ ଭାରତୀ ସମାଜ ପକ୍ଷରୁ ଏହା ଆୟୋଜନ କରାଯାଉଛି।
ଭାରତୀ ବ଼ଂଶଧର ମାନଙ୍କୁ ଏକଜୁଟ କରିବା,ସମ୍ବଲପୁର ର ଅନାଲୋଚିତ ବୋୖଦ୍ଧ ( ଦ୍ବିତୀୟ ବୁଦ୍ଧ ଗୁରୁ ପଦ୍ମ ସମ୍ଭବ ଙ୍କର‌ ଜନ୍ମ ସ୍ଥାନ)କୁ ଲୋକ ଲୋଚନକେ ଆଣିବା, ସମ୍ବଲପୁର ସହରକୁ ଭାରତୀ ଲୋକ ମାନଙ୍କର ଲାଗି ଅନ୍ତଃରାଷ୍ଟ୍ରୀୟ କେନ୍ଦ୍ର ହିସାବେ ବିକଶିତ କରବା, ସମ୍ବଲପୁର ଓ ପଶ୍ଚିମାଞ୍ଚଳ ରେ ପର୍ଯ୍ୟଟନ ର ବିକାଶ କରିବାର,ଭାରତୀ ସଂସ୍କୃତି କେ ବିଶ୍ୱ ଦରବାରରେ ଲୋକପ୍ରିୟ କରିବା ଉଦ୍ଦେଶ୍ୟ ନେଇ ଏହା ଆୟୋଜନ ହେଉଛି।
ଏହି ସମାବେଶରେ ପଣ୍ଡିତ ଦେବେନ୍ଦ୍ର ଦତ୍ତ ଶର୍ମା (ଅନ୍ତଃରାଷ୍ଟ୍ରୀୟ ସଂଯୋଜକ -ଭାରତୀ ସମାଜ) କାଲିଫର୍ଣ୍ଣିଆ, ଆମେରିକା,ନିପନ ଭୋଇ, ( ରାଷ୍ଟ୍ରୀୟ ସଂଯୋଜକ) ୟୁନାଇଟେଡ଼ ଆରବ ଏମିରଟ,ପ୍ରବୀର ପଟ୍ଟନାୟକ, ବୋୖଦ୍ଧ ଗବେଷକ, ଭୁବନେଶ୍ବର, ଡ଼. ଅନୀତା ସାବତ,ବୋୖଦ୍ଧ ଗବେଷକ, ଭୂବନେଶ୍ବର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଯୁବ ସମାଜ ଆର ବୁଦ୍ଧିଜୀବୀ ମାନେ ଅଂଶଗ୍ରହଣ କରିବାକୁ ଭାରତୀ ସମାଜ ପକ୍ଷରୁ ଅନୁରୋଧ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ