Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସକାଳ ପାହିଲେ ଗୌରବ ଦିବସ:ଆଭାସୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ସକାଳ ପାହିଲେ ଅନୁଷ୍ଠିତ ହେବ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହ।୧୫.୧୧.୨୦୨୪ ଦିନ ଧରତି ଆବା ଭଗବାନ ବୀର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା ରେ ବିହାର ଠାରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀ ରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହ ସମ୍ବଲପୁର ସ୍ଥିତ କୁଚିଣ୍ଡା କଲେଜ ପଡିଆ ଠାରେ ଆସନ୍ତା କାଲି ଅନୁଷ୍ଠିତ ହେବ। ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାର, ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଶ୍ରୀ ରବିନରାୟଣ ନାୟକ ଯୋଗ ଦେବେ। ଉକ୍ତ କାର୍ଯ୍ୟକ୍ରମ ରେ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଜମି ପଟ୍ଟା ବଣ୍ଟନ,ମୁଖମନ୍ତ୍ରି ଜନଜାତି ଜୀବିକା ମିଶନ୍ ଅନ୍ତର୍ଭୁକ୍ତ ଯୁବ ଉଦ୍ୟୋଗୀମାନଙ୍କୁ ଚେକ୍ ପ୍ରଦାନ କରିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପରିବେଷଣ କାରାଯିବ। ସୂଚନାଯୋଗ୍ୟ କି ବିହାର ରେ ଆୟୋଜିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ର ଭବ୍ୟ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ ଘଟିକା ରେ ଲାଇଭ ଟେଲିକାଷ୍ଟ ହେବାକୁ ଯାଉଛି। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ସମସ୍ତ ମଞ୍ଚାସୀନ ଅତିଥିଙ୍କ ସମେତ ଉପସ୍ଥିତ ଜନସାଧାରଣ ଓ ପ୍ରଶାସନିକ ଅଧିକାରୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବିହାର ଠାରେ ଆୟୋଜିତ ହେଉଥିବା ଜନଜାତୀୟ ଗୌରବ ଦିବସ ପାଳନ ତଥା ଭବ୍ୟ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ଯୋଗ ଦେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ