ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଠାରୁ ଗୁଦଗୁଦା କୁ ତିଆରି ହେଉଛି ମୁଖ୍ୟମନ୍ତ୍ରୀ ସଡ଼କ ଯାହାକି ସବୁ ପିଚୁକାମ ସରିସାରିଛି l ହେଲେ ଉକ୍ତ ରାସ୍ତା ରେ ଅମରପାଲି ଗାଁ ର କେତେ ଜଣଙ୍କର ରୟତି ଜମି ପଡୁଥିବାରୁ ସେମାନେ ରାସ୍ତା ରେ ବାଡ଼ ଦେଇ ଦୀର୍ଘ ୮ ମାସ ହେଲା ଅବରୋଧ କରିଛନ୍ତି l ତାହା ଏପର୍ଯ୍ୟନ୍ତ ସମାଧାନ ହୋଇ ନ ପାରିବାରୁ ଉକ୍ତ ସ୍ଥାନରେ ରାସ୍ତା କାମ ଅଟକି ରହିଛି l ପାଖରେ ଦେଇଥିବା ବାଇପାସ ରାସ୍ତା ଟି ମଧ୍ୟ ଖାଲ ଢିପ ହୋଇ ରହିଛି l ଅମରପାଲି ରୁ ଗୁଦଗୁଦା ୟୁପି ସ୍କୁଲ ଛାତ୍ର ଛାତ୍ରୀ ପଢିବାକୁ ଯାଉଥିବା ବେଳେ ଗୁଦଗୁଦା ଗାଁ ରୁ ମଧ୍ୟ ଅମରପାଲି ହାଇସ୍କୁଲ କୁ ଛାତ୍ରଛାତ୍ରୀ ମାନେ ପାଠ ପଢିବା କୁ ଆସିଥାନ୍ତି l ସେହି ରାସ୍ତା ର ଦୁରାବସ୍ଥା ଯୋଗୁଁ କେତେକ ସ୍କୁଲ ପିଲା ମିଶି ଉକ୍ତ ରାସ୍ତା ରେ ମାଟି ପକାଇ ସମତୁଲ କରୁଥିବା ଦେଖିବାକୁ ମିଳିଛି l ଯଥାଶିଘ୍ର ଏହି ରାସ୍ତା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି I