ସମ୍ବଲପୁର:ସମ୍ବଲପୁର ହସ୍ପିଟାଲ ରୋଡ଼ ସ୍ଥିତ ବସୁନ୍ଧରା କମ୍ୟୁନିଟି ସେଣ୍ଟର ( ପାଠଶାଳା ) ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି l ପ୍ରଶାନ୍ତ ପାଟଯୋଶୀ ଙ୍କର ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଆର.ସି.ସି.ଏଫ.ଟି ଅଶୋକ କୁମାର ଓ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଅଲେଖ ମହାପାତ୍ର, ସମ୍ବଲପୁର ମହାନଗର ନିଗମ ର ଯୁଗ୍ମ କମିଶନର ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଗୁଣ ରଞ୍ଜନ ସାଲିମା l ପାଠଶାଳା ର ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ଅନେକ ସଚେତନ ମୂଳକ କଥାବସ୍ତୁ ପ୍ରଦର୍ଶିତ କରିଥିଲେ l
ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଶିଶୁ ହେଉଛି ଆଗାମୀ ଦିନର ଭବିଷ୍ୟତ ତେଣୁ ଶୃଙ୍ଖଳିତ ଭାବରେ ନିଜ ଜୀବନକୁ ଗଢ଼ିତୋଳିବାର ଆବଶ୍ୟକତା ରହିଛି ବୋଲି କହିଥିଲେ l ଶିକ୍ଷା ଓ ସଦାଚାର ହିଁ ଜୀବନ ରେ ପ୍ରତିଷ୍ଠା ଦିଏ l ତେଣୁ ସେଥିପ୍ରତି ଯତ୍ନବାନ ହେବାକୁ ଶିଶୁମାନଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ l
କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରଙ୍କନିଧି ସେଠ, ଆଶୁତୋଷ ନାୟକ, ମନୋଜ ବନଛୋର, ଝୁନୁ ତ୍ରିପାଠୀ, ସ୍ୱସ୍ତିକା ନାୟକ, ପ୍ରବୀଣ ନାୟକ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରି ଏହାକୁ ପରିଚଳନା କରିଥିଲେ l