ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ପାଳନ ଅବସରରେ ବହୁ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହା ସହ ମହାପ୍ରଭୁଙ୍କ ପଞ୍ଚୁକ ଉତ୍ସବ ୪ଦିନ ଧରି ପାଳନ କରାଯାଇଛି । ଗତ ୧୨ତାରିଖରେ ଏକାଦଶୀ ତିଥିରେ ମଙ୍ଗଳବାର ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ (ଠିଆକିଆ) , ୧୩ତାରିଖରେ ଦ୍ଵାଦଶୀ ତିଥିରେ ବୁଧବାର ବାଙ୍କଚୁଡା ବେଶ , ୧୪ତାରିଖରେ ତ୍ରୟୋଦଶୀ ତିଥିରେ ଗୁରୁବାର ତ୍ରିବିକମ ବେଶ (ଆଡ଼କିଆ), ଆଜି ୧୫ ତାରିଖରେ ଚତୁର୍ଦ୍ଦଶୀ ତିଥିରେ ଶୁକ୍ରବାର ଦିନ ଲକ୍ଷ୍ମୀନୃସିଂହ ବେଶ (ଡାଲକିଆ) ଓ ରାଜ ରାଜେଶ୍ଵର ବେଶ ସହିତ କାର୍ତ୍ତିକ ପୂର୍ଣ୍ଣମା ପାଳନ କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହଜାର ହଜାର ଭକ୍ତ ଦର୍ଶନ କରିଥିଲେ । ଏହା ସହ ମହାପ୍ରଭୁଙ୍କୁ ମନ୍ଦିରରେ ଦର୍ଶନ , ପାହାଡ଼ ଚଢିବାର ମଜା ସହିତ ଗୁମ୍ଫା ରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।