Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୩୨ ବର୍ଷ ରେ ପାଦ ଥାପିଲା ମରେଗାଁ ସତ୍ୟ ସାଇ ସଂଗଠନ ।

ହାଟଡିହି ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ମରେଇଗାଁ ସତ୍ୟ ସାଇ ସଂଗଠନ ୩୨ ବର୍ଷ ରେ ପାଦ ଥାପିଛି। ଯାହାକୁ ନେଇ ସକାଳୁ ସକାଳୁ ସାଇ ଆଶ୍ରିତ ଭକ୍ତ ମାନଙ୍କୁ ନେଇ ଗାଁ ରେ ନଗର ସଂକୀର୍ତ୍ତନ ହୋଇଥିବା ବେଳେ ପରେ ଷୋଡଶ ଉପଚାର ପୂଜା ହୋଇଥଲା। ଦିନ ୧୧ ଘଟିକା ରେ ଲକ୍ଷ୍ମୀ ଙ୍କୁ ଅର୍ଚ୍ଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପାଖ ସଂଗଠନ ଗୁଡ଼ିକ ମଧ୍ୟରୁ  ମଠ କପୁଣ୍ଡି ଭଜନ ମଣ୍ଡଳୀ, ଜଗନ୍ନାଥପୁର ବସନ୍ତିଆ, ଅଣତିରା, ଡଅର, ଇଞ୍ଚୋଳ ଆଦି ଅଞ୍ଚଳ ରୁ ସାଇ ଆଶ୍ରିତ ଭକ୍ତ ମାନେ ଯୋଗ ଦେଇଥିଲେ। ଏହି ସଂଗଠନ ଟି କୁ ସକ୍ରିୟ ଭାବେ ଦାୟିତ୍ଵ ନେଇ ଏବେ ପରିଚାଳନା କରୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ସୁଦାମ ଚରଣ ଜେନା ଆବାହକ, ଅନନ୍ତ ଚରଣ ଦାସ, ସୁଦର୍ଶନ ଭୋଇ, ଗଣନାଥ ସାହୁ, ଅଜୟ କୁମାର ଦାସ, ସୁଦର୍ଶନ ଘଡେ଼ଇ, ବିଶ୍ଵନାଥ ଭୋଳ, ଶରତ ସେଠୀ, ମହେଶ୍ୱର ସଙ୍କୁଆ, ମହେଶ୍ୱର ସାହୁ, ପୀତବାସ ଶଙ୍ଖୁଆ, ସନ୍ଧ୍ୟା ରାଣୀ ଘଡେ଼ଇ, ରମାକାନ୍ତ ବାରିକ୍ ପ୍ରମୁଖ ଯୋଗ ଦେଇଥିଲେ।