Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନନ୍ୟ ଜଗନ୍ନାଥ ସଂସ୍କୃତି,କୋନାବିରାରେ ବାଲି ରଥଯାତ୍ରା

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ଭିନ୍ନ ଏ ପରମ୍ପରା ଭିନ୍ନ ଏ ପୂଜା। ଜଗନ୍ନାଥ ସଂସ୍କୃତିରେ ଏହା ବିରଳ ହୋଇଥିଲେ ଵି ଏହା ଦେଖିବାକୁ ମିଳିଥାଏ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୋନାବିରା ଗ୍ରାମରେ।ଏଥିପାଇଁ ଗତ ଦୁଇ ଦିନ ଧରି କୋନାବିରା ଗାଁ ଉତ୍ସବ ମୁଖର।
ଅନନ୍ୟା ଏ ଜଗନ୍ନାଥ ସଂସ୍କୃତି । ଦୀର୍ଘ ବର୍ଷ ହେଲା ଏଠାରେ ଏହି ଅଦନିଆ ରଥଯାତ୍ରା ଦୁଇ ଦିନ ଧରି ପାଳିତ ହୋଇ ଆସୁଛି । ଏହି ଯାତ୍ରାକୁ ବାଲି ରଥଯାତ୍ରା ବୋଲି କହୁଥିବା ବେଳେ ଭିନ୍ନ ଏ ପରମ୍ପରା ଭିନ୍ନ ଏ ପୂଜା।ଚତୁର୍ଦ୍ଧା ମୂର୍ତ୍ତୀ ଏକ ରଥ ରେ ବିରାଜମାନ ହୋଇ ଦୁଇ ଦିନ ପାଇଁ ନିଜ ମାଉସୀ ଘରକୁ ଯାଇ ପ୍ରତ୍ୟାବର୍ତ୍ତନ କରିଥାନ୍ତି। କାର୍ତ୍ତିକ ଚତୁର୍ଥୀରେ କୋନାବୀରା ନୂଆଁ ବସ୍ତିରୁ ପ୍ରାଚୀନ ବସ୍ତିକୁ ରଥା ରୁଢ଼ ହୋଇ ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ କାର୍ତ୍ତିକ ପୂର୍ଣ୍ଣିମାରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥାଏ । ନିଜ ପ୍ରାଚୀନ ବସ୍ତି ରୁ ନୂତନ ବସ୍ତି କୁ ବାହୁଡ଼ି ଥାଆନ୍ତି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ।
ଜନଶ୍ରୁତି ଅନୁସାରେ ପୁଝାରୀ ଙ୍କୁ ଏକ ସ୍ବପ୍ନ ହୋଇଥିବା ବେଳେ ସେହି ସମୟରେ କୋନାବିରା ଗ୍ରାମ ରେ ବାଲି ରଥ ଯାତ୍ରା ଅନୁଷ୍ଠିତ କରିବାକୁ ଆହ୍ବାନ କରିଥିଲେ।ସେହି ଦିନ ଠାରୁ ଦୁଇ ଦିନିଆଁ ବାଲି ରଥଯାତ୍ରା ଏଠାରେ ଅନୁଷ୍ଠିତ ହୋଇ ଆସୁଛି। ଏହି ଯାତ୍ରାରେ ଜଗନ୍ନାଥ ଙ୍କ ବିଭିନ୍ନ ଲୀଳା ମଧ୍ୟରେ ରାସ ଲୀଳା ଅନ୍ୟତମ ଅଟେ। ତେଣୁ ଲୀଳାର ସମାପନ ସହ କାର୍ତ୍ତିକ ପୂର୍ଣ୍ଣିମାରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥାଏ।ଏଥି ପାଇଁ କେବଳ କୋନାବିରା କାହିଁକି ସାରା ଅଞ୍ଚଳରେ ଉତ୍ସାହ ଆନନ୍ଦର ସହିତ ଏହି ବାଲି ରଥଯାତ୍ରା ଉତ୍ସବ ମୁଖର ହୋଇ ଉଠିଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ