Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲା କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ

ସମ୍ବଲପୁର:ସ୍ଥାନୀୟ କଚେରି ସ୍ଥିତ ଜିଲ୍ଲା ଜୁଡୋ ହଲ ଠାରେ ସମ୍ବଲପୁର ଜିଲ୍ଲା କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ପୂର୍ବତନ ବିଧାୟକ ନାଉରି ନାଏକ ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ସମ୍ବଲପୁର ର କୁସ୍ତି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ କୁସ୍ତି ବିଜୟୀ ପ୍ରତିଯୋଗୀମାନଙ୍କୁ ମେଡାଲ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏଥିରେ ୩୪ ଜଣ ପ୍ରତିଯୋଗି ବିଜୟ ଲାଭ କରି ଆସନ୍ତା ୧୯ ତାରିଖ ଓ ୨୦ ତାରିଖ ଦିନ କଟକ ସ୍ଥିତ ବାରବାଟି ଷ୍ଟାଡିଅମ ଠାରେ ହେବା କୁ ଥିବା ରାଜ୍ୟ କୁସ୍ତି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ ।। ଏହି ପ୍ରତିଯୋଗିତା କୁ ପରିଚାଳିତ କରିଥିଲେ ପୁଷ୍ପାଞଳି ସାହୁ , ସମ୍ପାଦକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ବିଚାରକ କାର୍ଯ୍ୟ ସମ୍ପାଦନ କରିଥିଲେ । ଶ୍ରେଷ୍ଠ ଖେଳାଳି ଆଶିଷ କୁମାର ସାହୁ ଓ ତମନ୍ନା ଗୋପ ବିବେଚିତ ହୋଇଥିଲେ ଏବଂ ତାଙ୍କୁ ସମ୍ମାନୀତ କରାଯାଇଥିଲା ।
ବୈଷ୍ଣବୀ ପଟ୍ଟନାୟକ, କିଞ୍ଜଲ ଅଗ୍ରୱାଲ, ଅବଦୁଲ ଫରହାନ ଅଜିଜ, ସମୀର ବେହେରା, ଦୀପେଶ ଦାଶ, ନାନୁ କେୱଟ, ଭାରତୀ ଟଣ୍ଡନ, ଆଶିଷ କୁମାର ସାହୁ, ଲିଙ୍ଗରାଜ ମାଝୀ, ନିତୁ କେୱଟ, ପ୍ରତ୍ୟୁଷ ମାନ ଗୁରୁଙ୍ଗ, ଆର୍ଯ୍ୟନ ନ୍ଦେବ ସାହା, ସ୍ନିଗ୍ଧା ରାନୀ ଭଜୀ, ହର୍ଷ ବର୍ଦ୍ଧନ କର୍ନ, ଏମ ସୟଦ, ସୋୟମ ଦେହେରୀ, ସୁମିତ ମହାନନ୍ଦ, ଭାଗ୍ୟଶ୍ରୀ ସାହୁ, ଜମୁନା ମିର୍ଧା, ପ୍ରୀତି ମିର୍ଧା, ନନ୍ଦିନୀ ମଝୀ, ଜିଶାନ ଅହମ୍ମଦ , ଜଶମିତ କୱର, ଶୁଭଶ୍ରୀ ମେହେର, ବିଦ୍ୟାଧର ବାଦୀ, ପ୍ରଣବ ସାହୁ,ବିଦ୍ୟାଶ୍ରୀ ଦାସ, ତେଜଲ ତ୍ରିପାଠୀ ଓ ତପସ୍ଵିନୀ ପଟେଲ କୃତିତ୍ବ ଅର୍ଜନ କରି ସମ୍ବଲପୁର ଜିଲ୍ଲା ତରଫରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।
ସମ୍ମାନିତ ଅତିଥି ରୁପେ ଲଜପତ ରାଏ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ବିଜୟାନନ୍ଦ ବେହେରା ଅତିଥିମାନଙ୍କ ମଧ୍ଯରେ ଡାକ୍ତର ପ୍ରତ୍ୟୁଶ ରଞ୍ଜନ ବିଶି,ଡ। ସରୋଜ ପଧାନ
ପିତାମ୍ବର ବେହେରା ଯୋଗଦେଇ ଥିଲେ ।ଅନୁଷ୍ଠାନ ର ପ୍ରଶିକ୍ଷକ ସ୍ବାଗତ କୁମାର ଘଡାଇ, ସଞିବ ପଟ୍ଟନାୟକ, ସ୍ନିଗ୍ଧା ଭାଜି ଓ ଲକ୍ଷ୍ମଣ କୁମାର ମେହେର, ଗିନଗର ମେହେର ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ