Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଯୁମୁରାରେ ମହାରାସୋତ୍ସବ ଓ ଡ଼ଙ୍ଗାପାଳରେ ନାଵକେଳି ଉତ୍ସବ ପାଳିତ

ସମ୍ବଲପୁର: କଳା, ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକତାର ବାର୍ତ୍ତା ବହନ କରୁଥିବା ସମ୍ବଲପୁର ଜିଲ୍ଲା ଯୁଯୁମୁରାର ମହାରାସୋତ୍ସବ ଓ ଡ଼ଙ୍ଗାପାଳ ରେ ନାବକେଳି ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି।
ଯୁଯୁମୁରାରେ ପାଞ୍ଚ ଦିନ ଧରି ଚାଲିଥିବା ମହାରାସୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ୧୯୯ ବର୍ଷ ହେବ ଏହା ପାଳନ ହୋଇ ଆସୁଛି। ଜମିଦାର ଉଜ୍ଜଳ ସିଂହଙ୍କ ଅମଳରୁ ଏହା ପାଳନ ହୋଇ ଆସୁଥିବା ବେଳେ ଘନଶ୍ୟାମ ସିଂହ, ଭବାନୀ ଶଙ୍କର ସିଂହ ବିଭିନ୍ନ ସମୟରେ ଆୟୋଜନର ନେତୃତ୍ବ ନେଇଥିଲେ। ଏବେ ସ୍ଥାୟୀ ସଭାପତି ଭୂପେନ୍ଦ୍ର ସିଂହ, ସମ୍ପାଦକ ବୀରେନ୍ଦ୍ର ନାୟକ, କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି ଉତ୍ସବ ପାଳନ କରାଯାଇଥିଲା । ଉତ୍ସବ ପାଇଁ ରଙ୍ଗୀନ ଆଲୋକମାଳାରେ ଯୁଯୁମୁରା ଗ୍ରାମ ଝଲସି ଉଠୁଥିଲା। ବିଭିନ୍ନ ଦୋକାନ ବଜାରର ଭିଡ଼ ଜମିଥିଲା । ପ୍ରତିଦିନ ସଂପର୍ଦା, ସଞ୍ଚାର, କୃଷ୍ଣଗୁରୁ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ କଣ୍ଠଶିଳ୍ପୀ ରୁକୁ ସୁନା ଓ ସାଥିଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ୮ଟି ମିକ୍ସଚର୍ ଦଣ୍ଡନୃତ୍ୟ ଦଳ, ଯାତ୍ରା ମହିମା ଅପେରା ଓ ବରଗଡ଼ ଜିଲ୍ଲା ସରକଣ୍ଡାର ବାଉତୀ ଅପେରା, କରମା, ଭାଗବତ, ସଂପ୍ରଦା, କୃଷ୍ଣଗୁରୁ ଭଜନ ଆଦି ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା । ଗ୍ରାମବାସୀ ସହଯୋଗ କରିଥିଲେ ।
ସେହିପରି ସଦଭାବନା ଓ ଏକତାର ପ୍ରତୀକ ବହନ କରୁଥିବା ସମ୍ୱଲପୁର ଜିଲ୍ଲା ଡଙ୍ଗାପାଳ ଗ୍ରାମର ନାବକେଳି ଉତ୍ସବ ଶୁକ୍ରବାର ଆୟୋଜିତ ହୋଇଥିଲା। ୨୪ତମ ନାବକେଳି ଉତ୍ସବକୁ ଆୟୋଜନ କରିଥିଲେ ବିବିସିସି କ୍ଲବ୍ ଡଙ୍ଗାପାଳ ଓ ଉତ୍ସବ ପରିବାର ସୋସିଆଲ ଆଣ୍ଡ କଲଚରାଲ ଟ୍ରଷ୍ଟ ଆଜି ବାହାଡାପଡ଼ାରୁ ଶ୍ରୀରାଧାକୃଷ୍ଣଙ୍କ ଯୁଗଳ ମୃତ୍ତକୁ ଯଥାରୀତି ପୂଜାର୍ଚ୍ଚନା ପରେ ନଗର ପରିକ୍ରମା କରାଯାଇଥିଲା । ପରେ କଂସ ମହାରାଜଙ୍କ ନଗର ପରିକ୍ରମା ସହ ଦରବାର ବସିଥିଲା। ଏହି ଅବସରରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଆଇନଜିବୀ ତଥା ବିଜେପି ନେତା ପ୍ରମୋଦ ରଥ, ଡାକ୍ତର ପଦ୍ମିନୀ ପାଣିଗ୍ରାହୀ, ଯୁଯୁମୁରା ଜମିଦାର ତଥା ପୂର୍ବତନ ସରପଞ୍ଚ ଭୂପିନ୍ଦର ସିଂ, ଯୁଯୁମୁରା ବ୍ଲକ ସମ୍ବାଦ ପ୍ରତିନିଧି ବିଜୟ ସ୍ବାଇଁ, ଓଟିଭି ପ୍ରତିନିଧି ରମାକାନ୍ତ ମହାନନ୍ଦ, ମେଧାବୀ ଛାତ୍ର ମାନସ ସେଠ, ମେଧାବୀ ଛାତ୍ରୀ ବର୍ଷା ବେସନଛୋର, ସୁଶ୍ରୀ ପ୍ରାଚୀ ପ୍ରଧାନ, ସିମରନ୍ ପ୍ରଧାନ, କୁନି କଳାକାର ସୁଶ୍ରୀ ଶ୍ରୀତିକା ପ୍ରଧାନ ଓ ସୁଶ୍ରୀ ପନ୍ୟାଶ୍ରୀ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। କମିଟି ସଭାପତି ଜିତେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଉତ୍ସବର ଅନ୍ୟତମ ଆୟୋଜକ ଅଶ୍ଵିନୀ କୁମୁରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରେଢାଖୋଲ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ଜୟଲାଲ ବେହେରା, ସମାଜସେବୀ ଅନନ୍ୟା ନାୟକ, ଯୁଯୁମୁରା ସମିତି ସଭ୍ଯ ଜୟନ୍ତ ପ୍ରଧାନ, ରମେଶ ବର୍ମା, ନେହା ବର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଗ୍ଧା ଦାସ ମଞ୍ଚ ପରିଚାଳନା କରିଥିଲେ। ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି ଉତ୍ସବରେ ପ୍ରବଳ ଜନ ସମାଗମ ହୋଇଥିଲା। ପୂଜା କମିଟି ଓ ସ୍ଥାନୀୟ ପୁଲିସ୍ ପକ୍ଷରୁ ଉଭୟ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ