ସମ୍ବଲପୁର :ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଢ଼ାଖୋଲ ଜୋନ- ୨ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଶରତ କୁମାର ପ୍ରଧାନ ରେଢାଖୋଲ ତହସିଲ ଅଫିସରେ ହୋଇଥିବାର ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସମ୍ବଲପୁର ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର (ଆଇ.ଏ.ଏସ ), ରେଢ଼ାଖୋଲ ଉପଜିଲ୍ଲାପାଳ ଶ୍ରୀ ରଶ୍ମି ରଞ୍ଜନ ମହନ୍ତ ଙ୍କୁ ଏହି ମାମଲାରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରେଢ଼ାଖୋଲ ଉପଜିଲ୍ଲାପାଳ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ତଦନ୍ତ ରିପୋର୍ଟ ଅନୁଯାୟୀ ସମ୍ବଲପୁର ଜିଲ୍ଲାପାଳ, ଶ୍ରୀ କୁଳମଣି ନାୟକ, ଅମିନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ତାଙ୍କୁ କାର୍ଯ୍ୟ ରୁ ନିଲମ୍ବିତ କରିଛନ୍ତି ଓ ତହସିଲଦାର ଦେବାଶିଷ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।