Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ୍ବୁଲାନ୍ସ ସମସ୍ୟାକୁ ନେଇ ଏଡିଏମଓଙ୍କ ବନ୍ଧୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଗସ୍ତ

କୋରାପୁଟ:କୋରାପୁଟ ଜିଲ୍ଲା ବନ୍ଧୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ଆମ୍ବୁଲାନ୍ସ ସମସ୍ୟାକୁ ନେଇ ରୋଗି ହନ୍ତସନ୍ତ ହେଉଥିବା ଖବର ବିଭିନ୍ନ ଖବର କାଗଜରେ ପ୍ରକାସିତ ହେବା ପରେ ଆଜି ଏଡିଏମଓ ଡ.ସୁସାନ୍ତ କୁମାର ଦାସ ବନ୍ଧୁଗାଁ ଗସ୍ତ କରିଛନ୍ତି।ଗସ୍ତ ସମୟରେ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡ.ରଶ୍ମୀ ରଞ୍ଜନ ସାମଲ ଙ୍କ ସହ ବିଭିନ୍ନ ବିସୟରେ ଆଲୋଚନା କରିବା ସହ ଜିଲ୍ଲା ପ୍ରସାସନକୁ ଲିଖିତ ଭାବେ ଜଣାଇବି ବୋଲି କହିଛନ୍ତି।ପ୍ରକାସ ଥାଉକି ଗତ ମଙ୍ଗଳବାର ଦିନ ଆମ୍ବୁଲାନ୍ସ ସେବା ନମିଳିବାରୁ ଜଣେ ଆଦିବାସି ମହିଳା ନିଜର ଶିଶୁ ପୁତ୍ରକୁ ହରାଇଥିବା ବେଳେ ଏକ ଦୁର୍ଘଟଣାରେ ଗୁରୁତର ଯୁବକକୁ ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ର ପଠାଇବାରେ ବାଧା ଉପୁଜିଥିଲା।ଏଡିଏମଓଙ୍କ ଗସ୍ତ ପରେ ବନ୍ଧୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ କେବେ ମିଳିବ ତାହା ଏବେ ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories