Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଏସୟୁଜେ ସମ୍ବଲପୁର ଜିଲ୍ଳା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ଓ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର: ଏସୟୁଜେ ଓଡ଼ିଶା, ସମ୍ବଲପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ଓ ଜିଲ୍ଲା ଶାଖାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସାମ୍ବାଦିକ ଭବନରେ ଶନିବାର ପୂର୍ବାହ୍ନରେ ଜିଲା ସଧାରଣ ସମ୍ପାଦକ ପ୍ରମୋଦ ବହିଦାରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧେଶ୍ୟାମ ପଣ୍ଡା ଓ ବସନ୍ତ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏଥିରେ ସମ୍ବଲପୁର ସହିତ କୁଚିଣ୍ଡା, ରେଢ଼ାଖୋଲ, ରେଙ୍ଗାଲି, ଜମନକେରା ଆଦି ଅଞ୍ଚଳର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ l ଏହି ଅବସରରେ ପ୍ରେସ ତଥା ସମ୍ବାଦିକମାନଙ୍କ ସୁରକ୍ଷା, ପେନସନ, ବୀମା ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହାସହ ଆସନ୍ତା ମାସରେ ଏସୟୁଜେ ସମ୍ବଲପୁର ଜିଲ୍ଳା ଶାଖାର ବର୍ଷିକ ଉତ୍ସବ ପ୍ରସ୍ତୁତି ନେଇ ମଧ୍ଯ ଆଲୋଚନା ହୋଇଥିଲା। ଆଲୋଚନାରେ ଭାଗ ନେଇ ବାର୍ଷିକ ଉତ୍ସବକୁ ସଫଳତାର ସହିତ ଆୟୋଜନ ନେଇ ସମସ୍ତ ସଦସ୍ଯ ନିଜ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ସେହିପରି ସଭ୍ୟାସଭ୍ୟାମାନଙ୍କ ସଦସ୍ଯତାର ନବୀକରଣ ଓ ନୂତନ ସଭ୍ୟଙ୍କ ପଞ୍ଜିକରଣ କରାଯାଇଥିଲା। ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ରାଧେଶ୍ୟାମ ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବରିଷ୍ଠ ସାମ୍ବାଦିକା ସବିତା ମିଶ୍ର, ହରିଶଙ୍କର ମିଶ୍ର, ଆଲୋକ ଦାସ, ଚନ୍ଦ୍ରଚୁଡ଼ ସିଂ, ସରୋଜ କୁମାର କର୍ମୀ, ପ୍ରେମ କୁମାର ନାଗ, ହେମନ୍ତ ଭାଇଁସା, ପ୍ରଦୀପ ଯୋଶୀ, ଲିପନ ନାଏକ, ଦାମୋଦର ପାଣ୍ଡେ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଅନ୍ଯତମ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।