Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ସେବକ ମଣ୍ଡଳ ପକ୍ଷରୁ ଲାଲା ଲଜପତ ରାୟଙ୍କ ବଳିଦାନ ଦିବସ,ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର : ଲୋକ ସେବକ ମଣ୍ଡଳ, ସମ୍ବଲପୁର ଜୋନ୍ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ମୁଦିପଡ଼ା ସ୍ଥିତ ଡ଼ଃ ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ମହାନ୍ ଦେଶଭକ୍ତ, ଲୋକ ସେବକ ମଣ୍ଡଳର ପ୍ରାଣ ପ୍ରତିଷ୍ଠାତା, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଭାରତ ରତ୍ନ, ପଞ୍ଜାବ କେଶରୀ ଲାଲା ଲଜପତ ରାୟ ଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକୀ (ବଳିଦାନ ଦିବସ) ଭକ୍ତିମୟ ପରିବେଶରେ ପାଳନ କରାଯାଇଅଛି | ଲୋକ ସେବକ ମଣ୍ଡଳ, ପଶ୍ଚିମାଞ୍ଚଳ ଜୋନ୍ ର ସାଧାରଣ ସମ୍ପାଦକ ରଘୁନାଥ ମିଶ୍ର ଉପାଧ୍ୟକ୍ଷ ଡାକ୍ତର ରମା ବଲ୍ଲଭ ମିଶ୍ର, ସମାଜସେବୀ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର୍ , କମ୍ୟୁନିଟି ସେଣ୍ଟର ର ମ୍ୟାନେଜର ଲୋକନାଥ ରାଉତ, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାରଣା, ଅମରନାଥ ମହାପାତ୍ର, ସୁଶ୍ରୀ ସିଦ୍ଧେଶ୍ୱରୀ କନ୍ଧେର ପ୍ରମୁଖ ବହୁ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ଯୋଗଦାନ କରି ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ ଓ ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ