Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ଘଉଡ଼ାଇବା କାଳ ହେଲା,ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ସମ୍ବଲପୁର:ହାତୀ ଘଉଡ଼ାଇବା କାଳ ହୋଇଛି ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ପାଇଁ। ଘଟଣା ଘଟିଛି ଯୁଯୋମୁରା ବ୍ଲକ ହାତିବାରୀ ଠାରେ। ହାତୀ ଆକ୍ରମଣ ର ଶିକାର ହୋଇ ହାତିବାରୀ ଟାଙ୍କପଡ଼ା ର ଗଣେଶ୍ୱର ଭୋଇ (୫୫)ଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଘଟିଛି ଗତ ରାତି ୮ ଟା ପରେ।
ଘଟଣାରୁ ମିଳିଥିବା ସୂଚନା ଅନୁସାରେ ରବିବାର ରାତି ୮ଟାରେ ଏକ ହାତୀପାଳ ହାତିବାରୀ ଗାଁ ଭିତରକୁ ହାତୀପଲ ପଶି ଆସିଥିଲେ। ଗାଁ ଲୋକ ଏକତ୍ରିତ ହୋଇ ହାତୀ ଘଉଡ଼ାଇ ଥିଲେ।ହାତୀ ପଲ ଜଙ୍ଗଲ ମୁହାଁ ହେବାପରେ ଗ୍ରାମବାସୀ ନିଜ ନିଜ ଘରକୁ ଫେରିଥିଲେ। ହେଲେ ସେମାନଙ୍କ ଭିତରୁ ଗଣେଶ୍ୱର ଫେରିନଥିଲେ। ଆଜି ସକାଳୁ ନିକଟସ୍ଥ ଏକ ଜମିରୁ ଗଣେଶ୍ୱରଙ୍କ ମୃତ ଦେହ ଠାବ ହେବା ପରେ ଯୁଯୋମୁରା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛନ୍ତି।ଏଠାରେ ସୂଚନା ଯୋଗ୍ୟଯେ, ନୁଆଁମୁଣ୍ଡା, ହିରୋ, ବାରଲେ, ବସିଆପଡା ପ୍ରଭୁତି ଅଞ୍ଚଳରେ ହାତୀ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ