ସୁପ୍ରିମକୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ସ୍ଥାୟୀ ବଦଳରେ ଠିକା ନିଯୁକ୍ତି ବୃଦ୍ଧି ଯୋଗୁଁ ଏଚ୍‌‍ଏମ୍‌‍ଏସ୍‌‍ ଉପାଧ୍ୟକ୍ଷ ରବି ରଥଙ୍କ ଉଦବେଗ


ପାରଳାଖେମୁଣ୍ଡି:୧୯/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଦେଶର ବିଭିନ୍ନ ସଂସ୍ଥା ଠିକା ନିଯୁକ୍ତିକୁ ଆପଣାଇବାର ଅଲଗା କାରଣ ସବୁ ଥାଇପାରେ । ନିଯୁକ୍ତି ଓ ଶ୍ରମ ଆଇନ କଡାକଡି ଥିବାରୁ ତାକୁ ଏଡାଇବାକୁ ଖର୍ଚ କମାଇବା ଏବଂ ଶିଳ୍ପ ଉଦ୍ୟୋଗର ବଦଳୁ ଥିବା ପଦ୍ଧତିକୁ ନେଇ ଏହା ହୋଇ ଥାଇପାରେ । ଉଦ୍ୟୋଗ ଭିତ୍ତିକ ବିଭିନ୍ନ ଗବେଷଣାରୁ ଦେଖାଯାଇଛି ଯେ,ଅଧୂକ ପୁଞ୍ଜି ଆବଶ୍ୟକ ହେଉଥିବା ଶିଳ୍ପ ଗୁଡିକରେ ବେଶୀ ଠିକା ଶ୍ରମିକ କାମ କରୁଛନ୍ତି । କିନ୍ତୁ ଏ ସବୁ ଶିଳ୍ପରେ ବେଶୀ ଶ୍ରମିକ ଅପେକ୍ଷା ଅଧିକ କୁଶଳୀ କର୍ମଚାରୀ ଲୋଡା । କଡା ଶ୍ରମ ଆଇନ ବାଦ ଠିକା ଓ ନିୟମିତ କର୍ମଚାରୀଙ୍କ ମଜୁରୀ ଅଲଗା ଥିବାରୁ ସଂସ୍ଥାଗୁଡିକ କର୍ମଚାରୀଙ୍କ ମୂଲଚାଲ ଦାବି ଓ ୟୁନିୟନ ଜରିଆରେ ଦରମା ବୃଦ୍ଧି ସ୍ବର ଉତ୍ତୋଳନକୁ ମୁକାବିଲା କରିବା ପାଇଁ ଠିକା ଶ୍ରମିକଙ୍କୁ ପସନ୍ଦ କରୁଛନ୍ତି । ଫଳରେ କର୍ମଚାରୀମାନେ ସମାନ କାମକୁ ସମାନ ଦରମାରୁ ବଂଚିତ ହେଉଛନ୍ତି । ଏ ସମ୍ପର୍କରେ ବାରମ୍ୱାର ସୁପ୍ରିମକୋର୍ଟ ଠିକା କର୍ମଚାରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ପାଳନ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମାନୁ ନାହାନ୍ତି। କର୍ମଚାରୀମାନେ 8 ଘଣ୍ଟା ବଦଳରେ 12 ଘଣ୍ଟା କାମ କରି ଉପଯୁକ୍ତ ପାରିଶ୍ରମିକ ପାଉନଥିବାରୁ ହିନ୍ଦ୍‌‍ ମଜଦୁର ସଭା (ଏଚଏମଏସ)ର ଉପାଧ୍ୟକ୍ଷ ରବି ରଥ ଉଦବେଗ ପ୍ରକାଶ କରିଛନ୍ତି ।
ଭାରତର ପ୍ରଧାନ ସମସ୍ୟା ହେଲା ବେକାରୀ ଓ ଅର୍ବବେକାରୀ। ପୃଥିବୀର ସବୁଠାରୁ ଜନବହୁଳ ଏହି ଦେଶରେ ଅନ୍ୟ ଦେଶମାନଙ୍କ ତୁଳନାରେ ସମଗ୍ର ଲୋକ ସଂଖ୍ୟାରେ କମ ବୟସ୍କ ସଂଖ୍ୟା ବେଶୀ। ଯୁବଶ୍ରେଣୀର ଅଧିକ ଲୋକ ଥିବାରୁ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଚାକିରି ଲୋଡା। ତାହା ସମ୍ଭବ ହେଉନାହିଁ। ଦେଶ ଦ୍ରୁତତର ହାରରେ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରି ଚାଲିଥିଲେ ହେଁ ଏହାର ଆନୁଷ୍ଠାନିକ ଉତ୍ପାଦନ ଉଦ୍ୟୋଗରେ ଖୁବ କମ ନିଯୁକ୍ତି ସୃଷ୍ଟି ହେଉଛି । ଅଥଚ ସେହି କ୍ଷେତ୍ରରେ ଅଧିକ ଯୁବକଯୁବତୀଙ୍କୁ ନିୟୋଜିତ କରାଯାଇପାରନ୍ତା। ସତ୍ୟ ପ୍ରକାଶିତ ବାର୍ଷିକ ଶିଳ୍ପ ସର୍ଭେ ତଥ୍ୟରୁ ଜଣାପଡିଛି ଯେ ଏକ୍ଷେତ୍ରରେ ଚାକିରିରେ ଠିକା ନିଯୁକ୍ତି ବଢୁଛି। 2001- 02ରୁ 2022-23 ମଧ୍ୟରେ ଆନୁଷ୍ଠାନିକ ଉତ୍ପାଦନ ବା ମାନୁପ୍ୟାକଚରିଂ ଉଦ୍ୟୋଗରେ ମୋଟ କର୍ମଚାରୀଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ବଢିଛି । ତାହା 5.96 ନିୟୁତରୁ 14.61 ନିୟୁତକୁ ବୃଦ୍ଧି ପାଇଛି। କିନ୍ତୁ ସେହି ସମୟରେ କଳକାରଖାନା ଗୁଡ଼ିକରେ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଅଂଶ କମିଛି ଯଦିଓ ଠିକା କର୍ମଚାରୀଙ୍କ ଭାଗ 21.8 ପ୍ରତିଶତରୁ 40 7 ପ୍ରତିଶତକୁ ବଢିଛି । ସାଧାରଣତଃ ଠିକା କର୍ମଚାରୀ ଓ ଶ୍ରମିକମାନେ ସିଧାସଳଖ ସଂସ୍ଥାଗୁଡିକଦ୍ବାରା ନିଯୁକ୍ତି ପାଆନ୍ତିନାହିଁ । ସେମାନଙ୍କୁ ଠିକା ଭିଭିରେ ନିୟୋଜିତ କରାଯାଏ । ଅଧିକାଂଶ ସମୟରେ ତୃତୀୟ ପକ୍ଷ ବା ଥାର୍ଡପାର୍ଟି ସଂସ୍ଥା ଦ୍ବାରା ଏହି ନିଯୁକ୍ତି ଦିଆଯାଇଥାଏ। ଏପରିକି ସରକାରୀ ବିଭାଗ ଓ ସଂସ୍ଥାଗୁଡ଼ିକ ବି ଏହି ପଦ୍ଧତିକୁ ଅନୁସରଣ କରୁଛନ୍ତି। ଉପରୋକ୍ତ ତଥ୍ୟରୁ ରାଜ୍ୟଗୁଡିକ ମଧ୍ୟରେ ବେଶ ବ୍ୟତିକ୍ରମ ଦେଖାଯାଇଛି। ବିହାରରେ 68.6 ପ୍ରତିଶତ ଶିଳ୍ପ କର୍ମଜୀବୀ ଠିକା ଶ୍ରମିକ । କେରଳରେ ତାହା ମାତ୍ର 23. 8 ପ୍ରତିଶତ । ଦେଶର ବିଭିନ୍ନ ସଂସ୍ଥା ଠିକା ନିଯୁକ୍ତିକୁ ଆପଣାଇବାର ଅଲଗା କାରଣ ସବୁ ଥାଇପାରେ। ନିଯୁକ୍ତି ଓ ଶ୍ରମ ଆଇନ କଡାକଡି ଥିବାରୁ ତାକୁ ଏଡାଇବାକୁ ଖର୍ଚ କମାଇବା ଏବଂ ଶିଳ୍ପ ଉଦ୍ୟୋଗର ବଦଳୁ ଥିବା ପଦ୍ଧତିକୁ ନେଇ ଏହା ହୋଇ ଥାଇପାରେ । ଉଦ୍ୟୋଗ ଭିତ୍ତିକ ବିଭିନ୍ନ ଗବେଷଣାରୁ ଦେଖାଯାଇଛି ଯେ, ଅଧିକ ପୁଞ୍ଜି ଆବଶ୍ୟକ ହେଉଥିବା ଶିଳ୍ପ ଗୁଡିକରେ ବେଶୀ ଠିକା ଶ୍ରମିକ କାମ କରୁଛନ୍ତି । କିନ୍ତୁ ଏ ସବୁ ଶିଳ୍ପରେ ବେଶୀ ଶ୍ରମିକ ଅପେକ୍ଷା ଅଧିକ କୁଶଳୀ କର୍ମଚାରୀ ଲୋଡା । କଡା ଶ୍ରମ ଆଇନ ବାଦ ଠିକା ଓ ନିୟମିତ କର୍ମଚାରୀଙ୍କ ମଜୁରୀ ଅଲଗା ଥିବାରୁ ସଂସ୍ଥାଗୁଡିକ କର୍ମଚାରୀଙ୍କ ମୂଲଚାଲ ଦାବି ଓ ୟୁନିୟନ ଜରିଆରେ ଦରମା ବୃଦ୍ଧି ସ୍ବର ଉତ୍ତୋଳନକୁ ମୁକାବିଲା କରିବା ପାଇଁ ଠିକା ଶ୍ରମିକଙ୍କୁ ପସନ୍ଦ କରୁଛନ୍ତି । ନିୟମିତ କର୍ମଚାରୀମାନଙ୍କର ଚାକିରି ନିରାପତ୍ତା ଓ ବିଭିନ୍ନ ସୁବିଧା ଯଥା- ବୀମା, ଦରମାଯୁକ୍ତ ଛୁଟି ଆଦି ରହିଛି । ଠିକା ଶ୍ରମିକଙ୍କ ପାଇଁ ତାହା ନାହିଁ। ଠିକା କର୍ମଚାରୀମାନେ ମଧ୍ୟ ନିଜକୁ ସଂଗଠିତ କରିବା କଷ୍ଟକର। ଅର୍ଥନୀତିଜ୍ଞ ସୁବ୍ରମଣ୍ୟମ ଓ ଅନ୍ୟମାନେ ନିକଟରେ କରିଥିବା ଗବେଷଣାରୁ ଦେଖାଯାଇଛି ଯେ, ଉତ୍ପାଦନ କ୍ଷେତ୍ରରେ ବାରମ୍ବାର ବିଭ୍ରାଟକୁ ଏଡାଇବା ଲାଗି ସଂସ୍ଥାଗୁଡ଼ିକ କେବଳ ଯେ ଠିକା ଶ୍ରମିକଙ୍କୁ ନେଉଛନ୍ତି ସେତିକି ନୁହେଁ ନିଜ କର୍ମଚାରୀମାନଙ୍କୁ ଗୋଟିଏ କାରଖାନାରେ ନରଖୁ ବିଭିନ୍ନ ପ୍ଳାଣ୍ଟରେ ବାଣ୍ଟି କରି ନିୟୋଜିତ କରୁଛନ୍ତି । ତାହା କମ୍ପାନୀଗୁଡିକୁ ଆକସ୍ମିକ ଆର୍ଥିକ ବା ରାଜନୀତି ଧକ୍କାରୁ ରକ୍ଷା ପାଇବା ପାଇଁ କୋହଳ ପରିସ୍ଥିତି ସୃଷ୍ଟି କରିପାରୁଛି ଠିକା ବ୍ୟବସ୍ଥା ଅନ୍ୟ ଅଣକୃଷି ଉଦ୍ୟୋଗରେ ବି ବଢୁଛି ସେଥୁରେ ବାଣିଜ୍ୟ କାରବାର, ପରିବହନ, ସ୍ବାସ୍ଥ୍ୟ ଓ ଶିକ୍ଷା ଅନ୍ତର୍ଭୁକ୍ତ। ଶ୍ରମ ବ୍ୟୁରୋର ତ୍ରୟମାସିକ ନିଯୁକ୍ତି ସର୍ଭେଟେ କୁହାଯାଇଛି ଯେ, ଦେଶର 9ଟି ପ୍ରଧାନ ଅଣକୃଷି କ୍ଷେତ୍ରଟେ ଠିକା ଶ୍ରମିକଙ୍କ ସଂଖ୍ୟା 2021-22ର ଦ୍ବିତୀୟ ତ୍ରୟମାସିକରେ 8.3 ପ୍ରତିଶତ ଥିବା ବେଳେ 2022-23ର ଦ୍ଵିତୀୟ ତ୍ରୟମାସିକ ବେଳକୁ ତାହା ଦୁଇଗୁଣରୁ ଅଧିକ ବଢି 18.44 ପ୍ରତିଶତ ହୋଇଛି। ଘରୋଇ ଉଦ୍ୟୋଗ ସାଙ୍ଗକୁ ସରକାର ଉଦ୍ୟୋଗରେ ବି ଠିକା ନିଯୁକ୍ତି ଧାରା ବଢିଲାଣି। ଏଥୁ ଜଣାପଡୁଛି ଯେ, ଦେଶରେ ନିଯୁକ୍ତର ମାନ ହ୍ରାସ ପାଉଛି। ଆଶା 4ଟି ଶ୍ରମ ବିସ୍‌‍ର କାର୍ଯ୍ୟକାରିତା ଅବସ୍ଥାରେ ଉନ୍ନତି ଆଣିପାରିବ ଓ ଅଧୂକ ସ୍ଥିର ନିଯୁକ୍ତି ସୃଷ୍ଟି ସମ୍ଭବ ହେବ।