Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଳକ ରେ ଫେଲ ହେବ କି ଆଲୁ ମିଶନ,ଚାଷ ନକରି ବଜାର ରେ ବିକୁଛି ଅଣଚାଷୀ।

କଳାହାଣ୍ଡି:୧୯/୧୧
ରାଜ୍ୟ ରେ ଆଲୁ ସଂକଟ ପରେ ସରକାର ବଜାରରେ ଖାଇବା ଆଳୁ ଅଭାବ ଚଢ଼ା ଦରକୁ ହ୍ରାସ କରିବା ପାଇଁ ଓଡ଼ିଶାରେ ଆଲୁ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା ସହ ସବସିଡ଼ି ଦରରେ ଆଳୁ ବିହନ ଯୋଗାଇବା ଆରମ୍ଭ କରିଛନ୍ତି। ହେଲେ ଚାଷୀ ଆଳୁ ଚାଷ ନକରି ବିହନ କୁ ବଜାର କୁ ବିକ୍ରି ପାଇଁ ଆଣୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ କୋକସରା ବ୍ଳକ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ମିଶନ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୩ ଶହ କ୍ୱିଣ୍ଟାଲ ଆଳୁ ବିହନ ବ୍ଲକ ର ପାଖାପାଖି ୨୦୦ ଜଣ ଚାଷୀ ଙ୍କୁ ଆଳୁ ଚାଷ ପାଇଁ ସବସିଡ଼ି ଦରରେ ୫୦ କେଜି ପ୍ରତି ୧୦୦୦ ଟଙ୍କା ରେ ବିହନ ଯୋଗାଇ ଦିଆଯାଇଛି।ପ୍ରତି ୨୫ ଡେଶମିଳ ଚାଷ ପାଇଁ ୩ ବସ୍ତା ଓ ୫୦ ଡେଶମିଲ ପାଇଁ ୫ ବସ୍ତା ଲେଖାଏଁ ଚାଷୀ ଙ୍କୁ ଆଳୁ ବିହନ ଯୋଗାଇ ଦିଆଯାଇଥିବା ନେଇ ଉଦ୍ୟାନ କୃଷି ଅଧିକାରୀ ସୂଚନା ଦେଇଛନ୍ତି। କିନ୍ତୁ କିଛି ଅଣ ଚାଷୀମାନେ ଉକ୍ତ ଆଳୁ ମିଶନରେ ସାମିଳ ହୋଇ ଉକ୍ତ ବିହନ ଆଳୁକୁ ଚାଷ କରିବା ନାଁ ରେ ହାତେଇ କୋକସରା ବ୍ଳକର ବିଭିନ୍ନ ସାପ୍ତାହିକ ବଜାର କୁ ବିକ୍ରି କରିବାକୁ ଆଣୁଥିବା ଦେଖିବାକୁ ମିଳୁଛି । ତେବେ ଏପରି ସ୍ଥିତିରେ ଉଦ୍ୟାନ କୃଷି ବିଭାଗ ର ଆଲୁ ମିଶନ ପଦା ରେ ପଡ଼ିବା ସହ ଦିଗହରା ହୋଇପଡିଛି। ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀ ଙ୍କୁ ଆଳୁ ବିହନ ଯୋଗାଇ ଦେଇ ଦାଇତ୍ଵ ସାରି ଦେଇଥିବାବେଳେ ଚାଷୀ ଚାଷ କରୁଛନ୍ତି କି ନାହିଁ ତାହା ତଦାରଖ କରାଯାଉନାହିଁ। ବଜାରରେ ଆଳୁର ମୂଲ୍ୟ ବର୍ତମାନ ୪୦ଟଙ୍କା କେଜି ଥିବାବେଳେ ଉକ୍ତ ଅଣଚାଷୀ ମାନେ ୨୫ ଟଙ୍କା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି।
ଏ ନେଇ ବ୍ଲକ ସହକାରୀ କୃଷି ଉଦ୍ୟାନ ଅଧିକାରୀ ସୌରଭ କୁମାର ପାଣିଗ୍ରାହୀ ଙ୍କ ପ୍ରତିକ୍ରିୟା ନେବାରୁ ଆମେ ଚାଷୀମାନଙ୍କୁ ଆଲୁ ଚାଷ ନେଇ ସଚେତନା କରିଥିଲୁ। ଏପରି ହେବା କଥା ନୁହେଁ। ଆଳୁ ବିହନ ବଣ୍ଟନ ସରିନାହିଁ ।ସରିଲା ପରେ ବିହନ ନେଇଥିବା ଚାଷୀ ଚାଷ କରିଛନ୍ତି କି ନାହିଁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ନିଆଯିବ, ତାପରେ ହିଁ ଚାଷୀ ଙ୍କୁ ରିହାତି ଟଙ୍କା ଦିଆଯିବ ବୋଳି କହିଛନ୍ତି । ସମସ୍ତ ଚାଷୀ ଙ୍କ ଜିଓଟେକ କରି ଫଟୋ ମଧ୍ୟ ରହିଛି।ଯଦି ଅଭିଯୋଗ ଆସେ ତାହେଲେ ତଦନ୍ତ ନିଶ୍ଚିତ ହେବ ବୋଲି କହିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଆଳୁ ମିଶନ ରେ ଚାଷୀ କେତେ ସଫଳ ହେଉଛନ୍ତି ନା ଆଳୁ ମିଶନ ଦିଗହରା ହେବ ତାହା କୁ ନେଇ ଉଦ୍ୟାନ କୃଷି ବିଭାଗ ତତ୍ପରତା ଦେଖାଇ ଯୋଜନା ର ବାସ୍ତବ ରୂପାୟନ ପାଇଁ ଦୃଷ୍ଟି ଦେବାକୁ ଦାବି ହେଉଛି।