Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂରଣ ହେଉନି ଦେଓଝରଣ ଡ୍ୟାମରେ ବୋଟିଂ, ପୁଣି ଉଠିଲା ଦାବି

ସମ୍ବଲପୁର: ବର୍ଷ ପରେ ବର୍ଷ ବିତୁଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଯୁଯୁମୁରା ବ୍ଳକ ତଥା ଜିଲ୍ଲାର ବିଶିଷ୍ଟ ପର୍ଯ୍ୟଟନ ସ୍ଥଳୀ ଦେଓଝରଣରେ ବୋଟିଙ୍ଗ ଚଳାଚଳ ହୋଇପାରୁନି। ଏହାକୁ ନେଇ ଅଞ୍ଚଳ କେଵଳ ଅସନ୍ତୋଷ ବଢ଼ୁନି ବରଂ ପର୍ଯ୍ୟଟନ ବିକାଶରେ ଅନ୍ତରାୟ ସୃଷ୍ଟି କରୁଥିବା ବିଭାଗୀୟ ଅଧିକାରୀଙ୍କ ଆଖି ଖୋଲିବାକୁ ଆଜି ପୁଣି ଦେଓଝରଣ ବିକାଶ ମଞ୍ଚ ପକ୍ଷରୁ ଦାବି ଉଠିଛି । ଏହି ଅବସରରେ ଡିଏଫଓଙ୍କ ଉଦ୍ଦେଶ୍ୟରେ ସଦର ରେଞ୍ଜର ହରିଶଙ୍କର ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ମଞ୍ଚ । ଦାବିପତ୍ର ପ୍ରଦାନ ବେଳେ ଦେଓଝରଣ ବିକାଶ ମଞ୍ଚର ସଭାପତି ବିରେନ ଭୋଇ, ଆବାହକ ଅରୁଣ ଦେହୁରୀ, ଉପସଭାପତି ରମଣୀ ଭୋଇ, ସମ୍ପାଦକ ଗୌତମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ, ଦୀର୍ଘ ତିନିବର୍ଷ ପୂର୍ବେ ଦେଓଝରଣ
ପର୍ଯ୍ୟଟନ ସ୍ଥଳୀ ଦେଓଝରଣକୁ ଇକୋ ଟୁରିଜିମ ଘୋଷଣା ସକାଶେ ରାଜନୈତିକ ଓ ପ୍ରଶାସନିକ ମହଲରେ ତତ୍ତ୍ଵରତା ପ୍ରକାଶ ପାଇଥିଲା। ଏଥିପାଇଁ ପର୍ଯ୍ୟଟନ ସ୍ଥଳି ପରିସ୍କାର ପରିଚ୍ଛନ୍ନତା, ପାର୍କର ସୌନ୍ଦର୍ଯ୍ୟକରଣ, ଶୌଚାଳୟ ବ୍ୟବସ୍ଥା, ଡ୍ୟାମ୍‌ରେ ବୋଟିଙ୍ଗ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଡ୍ୟାମ୍ ପାଣିରେ ଚଳାଚଳ ସକାଶେ ଅଣାଯାଇଥ୍ ବା ଡଙ୍ଗା ଗୁଡିକୁ ନେଇ ସମୟାନୁକ୍ରମେ ବିବାଦୀୟ ସ୍ଥିତି ଉପୁଜିବା ପରେ ଡଙ୍ଗା ଗୁଡିକୁ ଡ୍ୟାମରୁ ହଟାଇନିଆ ଯାଇଥିଲା। ନିର୍ବାଚନ ଥିବାରୁ କେଵଳ ଘୋଷଣା କରି ଗତ ସରକାର ଦେଓଝରଣକୁ କେଵଳ ଭୁଲି ଯାଇନି ବରଂ ଲକ୍ଷାଧିକ ଟଙ୍କା ଲୁଟି ନେଇ ଗୋଟିଏ ଆଞ୍ଚଳକୁ ଦର୍ପଣ ଦେଖାଇଦେଲା। ଇକୋ ଟୁରିଜିମ ଘୋଷଣା ଘୋଷଣା ରେ ରହିଗଲା।ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ଅଟକି ରହିଥିବା ଦେଓଝରଣ ପ୍ରତି ଯଦି ଦୃଷ୍ଟି ଦିଆଯାନ୍ତା ତେବେ ଏହି ପିକନିକ ଋତୁରେ ସରକାରଙ୍କ ନିକଟକୁ ଲକ୍ଷାଧିକ ଅର୍ଥ ରାଜସ୍ୱ ସଂଗ୍ରହ ହୋଇପାରିବ ବୋଲି ସାମାଜିକ କର୍ମୀ ଡା. ରାଜାରାମ ଷଡ଼ଙ୍ଗୀ ମଞ୍ଚ ସହିତ ସ୍ୱର ମିଶାଇ ପ୍ରଶାସନିକ ଦକ୍ଷତା ପ୍ରତିପାଦନ ସହିତ ରାଜନୈତିକ ଇଛାଶକ୍ତିର ପ୍ରମାଣ ଦେବାକୁ ସ୍ଥାନୀୟ ନେତା ଓ ରାଜନେତା ଅଞ୍ଚଳର ଏହି ମୁଖ୍ୟ ଦାବିର କାର୍ଯ୍ୟକାରିତା ନେଇ ଆଗେଇ ଆସିବାକୁ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ