Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କେଭି ନଂ. ୧ ବିଦ୍ୟାଳୟ ଖୋଲିବା ଏବଂ ବନ୍ଦ ସମୟରେ ଟ୍ରାଫିକ୍ ପ୍ରତିବନ୍ଧକ ପାଇଁ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

ସମ୍ବଲପୁର: ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ.୧ ଖୋଲିବା ଏବଂ ବନ୍ଦ ହେବା ସମୟରେ ଗୁରୁତର ଟ୍ରାଫିକ୍ ସମସ୍ୟା ପରିଲକ୍ଷିତ ହେଉଛି I ପ୍ରତ୍ୟହ ଦୁର୍ଘଟଣା ରେ ଛାତ୍ର ଛାତ୍ରୀ ଆହତ ମଧ୍ୟ ହେଉଛନ୍ତି I ଏହି ବିଦ୍ୟାଳୟ ଦେଇ ଯାଉଥିବା ରାସ୍ତା ଅଇଁଠାପାଲି, ବରେଇପାଲି, ଚେରୁଆପଡା, ଫାର୍ମ ରୋଡ୍, କ୍ଷେତରାଜପୁର, ମୋଦିପଡା ଭଳି ବହୁ ଜନବହୁଳ ଅଞ୍ଚଳକୁ ସଂଯୋଗ କରିବା ବ୍ୟତିତ ରେଳ ଷ୍ଟେସନ ଏବଂ ଜାତୀୟ ରାଜପଥ କୁ ସଂଯୋଗ କରିଅଛି I ଏହି ରାସ୍ତାରେ ଗୁରୁ ନାନକ ପବ୍ଲିକ୍ ସ୍କୁଲ୍, ବିକାଶ ପ୍ରଥମ ଷ୍ଟେପ୍ ସ୍କୁଲ୍, ବିକାଶ ହସ୍ପିଟାଲ ରହିଥିବା ବେଳେ ଆହୁରି ଅନେକ ବିଦ୍ୟାଳୟ ର ଭ୍ୟାନ୍ ମଧ୍ୟ ଯାତାୟତ କରୁଛି I ବିଦ୍ୟାଳୟ ଖୋଲିବା ଏବଂ ବନ୍ଦ ହେବା ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି I ଏହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ସଂଖ୍ୟା ବହୁଗୁଣିତ ଅଟେ I ଜନଗହଳିପୁର୍ଣ ଏହି ରାସ୍ତା ଦେଇ ଭାରୀ ଯାନ ଚଳାଚଳ ସମସ୍ତଙ୍କୁ ସମ୍ଭାବ୍ୟ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି I ବିଦ୍ୟାଳୟ ସକାଳ ୭ ଟା ରେ ଖୋଲାଯାଏ ଏବଂ ଦିବା ୧. ୪୦ ମି. ସମୟରେ ରେ ବନ୍ଦ ହୋଇଥାଏ I ମାସର ଶେଷ କାର୍ଯ୍ୟ ଦିବସ ଦିନ ବିଦ୍ୟାଳୟ ଘ. ୧୦. ୩୦ମି ସମୟରେ ରେ ବନ୍ଦ ହୋଇଥାଏ I ଏଣୁ ବିଦ୍ୟାଳୟ ଖୋଲିବା ଏବଂ ବନ୍ଦ ହେବା ସମୟ ରେ ଭାରୀ ଯାନ ଯଥା ଡମ୍ପର୍, ଟ୍ରାକ୍ଟର, ଟ୍ରକ୍, ହାଇଭା, ମ୍ୟାଟାଡୋର ଇତ୍ୟାଦି ଚଳାଚଳ ଉପରେ ପ୍ରତିବନ୍ଧକ ପାଇଁ ଜ଼ିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଙ୍କୁ ଆଜି ଦାବିପତ୍ର ପ୍ରଦାନ କରାଯାଇଥିଲା I ଦାବି ପତ୍ର ଗ୍ରହଣ କରି ଜ଼ିଲ୍ଲାପାଳ ଶ୍ରୀ ବୋନ୍ଦର ତୁରନ୍ତ ବିଦ୍ୟାଳୟ ସମ୍ଭୁଖ ରେ ସ୍ପିଡ଼ ବ୍ରେକର ଲଗାଇବା, ବିଦ୍ୟାଳୟ ସମ୍ଭୁଖ ଭାଗ ଦେଇ ଯାଇଥିବା ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ ତାର ର ସ୍ଥାୟୀ ସମାଧାନ କରିବା, ବିଦ୍ୟାଳୟ ଖୋଲିବା ଏବଂ ବନ୍ଦ ହେବା ସମୟରେ ଟ୍ରାଫିକ ପ୍ରତିବନ୍ଧକ ଲଗାଇବାକୁ ଅଭିଭାବକ ସଂଘ ଙ୍କୁ ପ୍ରତିଶୃତି ଦେଇଛନ୍ତି I ଅଭିଭାବକ ସଂଘ ର ସଭାପତି ସରୋଜ ଦେଓଙ୍କ ନେତୃତ୍ୱରେ ଜ଼ିଲ୍ଲାପାଳ ଶ୍ରୀ ବୋନ୍ଦର ଙ୍କ ସହିତ ଏହି ଦାବି ପତ୍ର ପ୍ରଦାନ ତଥା ସାକ୍ଷାତ ଆଲୋଚନା ସମୟରେ ଅଭିଭାବକ ସଞ୍ଜୟ ବାବୁ, ସରୋଜ ସାହୁ, ଦୁଲାଲ ଚନ୍ଦ୍ର ରାୟ, ଶ୍ରୀମନ୍ତ ପଣ୍ଡା,ସୁବାଷ ଶତପଥି, ଗୌତମ ମିଶ୍ର ପ୍ରମୁଖ ସାମିଲ ଥିଲେ।