Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ରେ ଆବାସ ଦିବସ ଅବସରରେ କାର୍ଯ୍ୟାଦେଶ ବଣ୍ଟନ ଓ ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ।

କଳାହାଣ୍ଡି:୨୦/୧୧
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବୁଧବାର ଆବାସ ଦିବସ ପାଳନ ଅବସରରେ କୋକସରା ବ୍ଲକ ର ୨୨ ପଞ୍ଚାୟତ ମଧ୍ୟରୁ ୧୨ ପଞ୍ଚାୟତ ରେ ଯୋଜନାରେ ସାମିଲ ହୋଇଥିବା ୬୭୧ ଜଣ ହିତାଧିକାରୀ ଙ୍କୁ ଆବାସ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ଜିପିଡ଼ିଓ ବିରଞ୍ଚି ଖର୍ସେଲ ଓ ବିଭିନ୍ନ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଉପସ୍ଥିତି ରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ମାନେ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଏହି କ୍ରମ ରେ ଲଡୁଗାଁ ପଞ୍ଚାୟତ ରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ୨୮୧ ଜଣ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ନିର୍ମାଣ କାର୍ଯ୍ୟ ଶେଷ କରି ଅନୁକମ୍ପା ରାଶି ପାଇବା କୁ ପରାମର୍ଶ ଦେଇଥିଲେ। ଏହାସହ ଆବାସ ଯୋଜନାରେ ଘର ନିର୍ମାଣ ଶେଷ ହୋଇଥିବା ହିତାଧିକାରୀ ମାନେ ଗୃହ ପ୍ରବେଶ କରିଛନ୍ତି।ନୂତନ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଯୋଗ୍ୟ ହିତାଧିକାରୀ ମାନେ ବ୍ଲକ ପ୍ରଶାସନ ନିକଟରେ କୃତଜ୍ଞତା ଜଣାଇଥିଲେ। ଏନେଇ ବିପିସି ଜିତେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।