Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖରିଫ ଋତୁ ର ଧାନ କ୍ରୟ ର ପରିଚାଳନା ନିମନ୍ତେ ସମୀକ୍ଷା ବୈଠକ

ସମ୍ବଲପୁର:ଆଜି ମାନ୍ୟବର ମନ୍ତ୍ରୀ ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଓଡ଼ିଶା ସରକାର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏସ୍. ଏସ୍. ଏ. ସମ୍ମିଳନୀ କକ୍ଷରେ ଖରିଫ ଧାନ କିଣା ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା| ଉକ୍ତ ସମୀକ୍ଷା ବୈଠକ ରେ ସମ୍ବଲପୁର ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର (ଆଇ.ଏ.ଏସ୍.), ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାୟକ ଉପସ୍ଥିତ ଥିଲେ।
ଉପରୋକ୍ତ ସଭାରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର (ଆଇ.ଏ.ଏସ୍.) ସ୍ୱାଗତ ଭାଷଣ ଦେଇଥିଲେ। ଏହାପରେ ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ରାମଚନ୍ଦ୍ର ଟୁଡୁ ଏକ ଉପସ୍ଥାପନା(ପିପିଟି ପ୍ରେଜେନ୍ଟେଶନ) କରିଥିଲେ।
ଉକ୍ତ ବୈଠକରେ ମାନ୍ୟବର ମନ୍ତ୍ରୀ ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ଆଜି ଓଡ଼ିଶାରେ ଧାନ କିଣା ଆରମ୍ଭ ହୋଇଛି, ସେ କୃଷକମାନଙ୍କୁ ଖୁସି ଦେଖିଛନ୍ତି। ପଶ୍ଚିମ ଓଡ଼ିଶାରେ ଧାନ ଚାଷ ବିପୁଳ ପରିମାଣରେ ହେଉଥିବାରୁ ଚାଷୀମାନେ ମଧ୍ୟ ଧାନ କିଣାକୁ ନେଇ ଉତ୍ସାହିତ ଅଛନ୍ତି | ସରକାର ଚାହୁଁଛନ୍ତି ଯେ ଚାଷୀଙ୍କୁ ପ୍ରତି କ୍ଵିଣ୍ଟାଲ ସର୍ବନିମ୍ନ ସହାୟତା ରାଶି(ଏମଏସପି) ୩୧୦୦ ଟଙ୍କା ମିଳିବ | ଯିଏ ଧାନ ବିକ୍ରି କରିବ, ସେ ମଣ୍ଡିରେ ବିକ୍ରି କରିବ ଏବଂ ଯିଏ କିଣିବାକୁ ଚାହୁଁଛି ସେ ମଣ୍ଡିରେ ଧାନ କିଣିବ। ଯଦି ଦଲାଲଙ୍କ ବିଷୟରେ କୌଣସି ଖବର ମିଳେ ତେବେ ସେମାନ ଙ୍କ ବିରୋଧରେ ଯଥାସମ୍ଭବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି କହିଥିଲେ। ପ୍ରତି ମଣ୍ଡିରେ ସିସିଟିଭି କ୍ୟାମେରା, ପ୍ରତୀକ୍ଷା କକ୍ଷ, ଉପଯୁକ୍ତ ପାନୀୟ ଜଳ, ଅସ୍ଥାୟୀ ଛାୟା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ କ୍ରୟ ସୁରୁଖୁରୁରେ ହେବା ଆମର ଦାୟିତ୍ୱ ଏବଂ କ୍ରୟ ପ୍ରକ୍ରିୟାରେ ଯେପରି କୌଣସି ପ୍ରକାରର ବେଆଇନ ଅଭ୍ୟାସ ନ ହୁଏ ତାହା ମଧ୍ୟ ସୁନିଶ୍ଚିତ କରିବା ଆମର ଦାୟିତ୍ୱ।
ଅନ୍ତିମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ