Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସଦର ସୁବର୍ଣ୍ଣପୁର ଜିଲ୍ଲା ସଦର କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣ ସଚିବ କୁମୁଦିନୀ ମୁଦୁଲି ଡ୍ରପ ଆଉଟ ଛାତ୍ରଛାତ୍ରୀମାନଙ୍କ ନାମଲେଖା ସହିତ ସେମାନଙ୍କ ଶିକ୍ଷା ପ୍ରତି ଉନ୍ନତି କରିବା ଉଦ୍ଦେଶ୍ୟକୁ ସଭାରେ ଉପସ୍ଥାପିତ କରିଥିଲେ। ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଦୁର୍ବଳ ଓ ଅନଗ୍ରସର ଶିଶୁଙ୍କ ଶିକ୍ଷା ବିଷୟକୁ ନେଇ ବିଭିନ୍ନ ବିଷୟ ଉପସ୍ଥାପିତ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପରମା ନାଏକ ସ୍ୱାଗତ ଅଭିଭାଷଣ ଦେବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସୁଶ୍ରୀ ସ୍ମିତାରାଣୀ ନାୟକ ଙ୍କ ସହ ପ୍ରଧାନ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ପ୍ରମୋଦ ସାହୁ, ଦିପ୍ତିମୟୀ ପାଳିଆ, ଦିଲେଶ୍ଵର ଦାସ, ଗୌରୀ ବଗର୍ତ୍ତୀ, ମିଲି ସାହୁ, କିଷାନ ମାଝୀ ପ୍ରଭୁତି ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।