Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ଘଉଡ଼ାଇବା କାଳ ହେଲା,ହାତୀ ଆକ୍ରମଣରେ ଯୁବକଙ୍କ ଙ୍କ ମୃତ୍ୟୁ

ସମ୍ବଲପୁର:ହାତୀବାରି ଘଟଣା ପରି ହାତୀ ଘଉଡ଼ାଇବା କାଳ ହୋଇଛି ଏଥର ଜଣେ ୩୮ବର୍ଷୀୟ ଯୁବକଙ୍କ ପାଇଁ। ଘଟଣା ଘଟିଛି ଯୁଯୋମୁରା ବ୍ଲକ ଜାମଲୋଇ ଠାରେ। ହାତୀ ଆକ୍ରମଣ ର ଶିକାର ହୋଇଛନ୍ତି ପଡିଆବାହାଲ ଫରେଷ୍ଟ ରେଞ୍ଚ ଅନ୍ତର୍ଗତ ଛାମୁଣ୍ଡା ସେକ୍ସନ ଅଧୀନରେ ଆସୁଥିବା ଜାମଲୋଇ ବିଟର ପୂର୍ଣ୍ଣ ଚନ୍ଦ୍ର ଦେହୁରୀ (୩୮)। ତାଙ୍କର କ୍ଷତ ବିକ୍ଷତ ଶବ ଆଜି ସକାଳୁ ଠାବ ହୋଇଛି ଗାଁ ର ନୁଆଁବନ୍ଦ ନିକଟରୁ। ଏହି ଘଟଣା ଘଟିଛି ଗତ ରାତି ୧୦. ୩୦ରୁ ୧୧. ୦୦ ଘଣ୍ଟା ମଧ୍ୟରେ ।ଦେଖିବାକୁ ଗଲେ ଏହି ଦୃଶ୍ୟ ଖୁବ ହୃଦୟ ବିଦାରକ। ହାତୀ ଦଳି ଦେଉଥିବାରୁ ମୁହଁ ଛଡା ସମ୍ପୂର୍ଣ୍ଣ ଶରୀର ବିଦିରି ପଡିଛି।
ଘଟଣାରୁ ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତି ୧୦ଟା ପାଖାପାଖି ଯୁଯୋମୁରା ରେଞ୍ଚ ପଟରୁ ଏକ ହାତୀ ପଳ ଜାମଲୋଇ ଆଡକୁ ପ୍ରବେଶ କରୁଥିବା ଖବର ପାଇଁ ଗ୍ରାମବାସୀ ଏକତ୍ରିତ ହୋଇ ହାତୀ ଘଉଡ଼ାଇବାକୁ ବାହାରିଥିଲେ। ଗାଁ ଲୋକଙ୍କ ଏହି ପ୍ରୟାସ ଫଳରେ ହାତୀ ପଲ ଜଙ୍ଗଲ ମୁହାଁ ହେବାପରେ ଗ୍ରାମବାସୀ ନିଜ ନିଜ ଘରକୁ ଫେରିଥିଲେ। ହେଲେ ସେମାନଙ୍କ ଭିତରୁ ପୂର୍ଣ୍ଣ ଚନ୍ଦ୍ର ଫେରିନଥିଲେ। ଆଜି ସକାଳୁ ନିକଟସ୍ଥ ନୁଆଁବନ୍ଦ ନିକଟରେ ତାଙ୍କର କ୍ଷତ ବିକ୍ଷତ ମୃତ ଦେହ ଠାବ ହେବା ପରେ ଯୁଯୋମୁରା ପୋଲିସ ସହ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛନ୍ତି।ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।ଏଠାରେ ସୂଚନା ଯୋଗ୍ୟ ଯେ,ଗତ ୧୭ ତାରିଖ ରାତି ୮ଟାରେ ସମାନ ଘଟଣା ଘଟି ହାତିବାରୀ ଟେଙ୍କପଡାର ଗଣେଶ୍ୱର ଭୋଇ (୫୫)ଙ୍କ ମୃତ୍ୟୁ ଘଟିଥିଲା। ଗତ ୫ ଦିନ ଭିତରେ ହାତୀ ଆକ୍ରମଣରେ ଯୁଯୋମୁରା ବ୍ଲକ ରୁ ୨ ଜଣଙ୍କ ଜୀବନ ଗଲାଣି।
ଯୁଯୋମୁରା ଓ ପଡିଆବାହାଲ ଫରେଷ୍ଟ ରେଞ୍ଚରେ ହାତୀ ଘର କରି ବିତ୍ପାତ କରୁଥିବା ଘଟଣା ବର୍ଷ ବର୍ଷର। ତେବେବି ଚେତୁନି ବନ ବିଭାଗ।ନୁଆଁମୁଣ୍ଡା, ହିରୋ, ବାରଲେ, ବସିଆପଡା, ବଡ଼ସାହିର, ଲଦଳଦି ପ୍ରଭୁତି ଅଞ୍ଚଳରେ ହାତୀ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି।ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ନହେଲେ ଅଞ୍ଚଳ ବାସୀ ଆନ୍ଦୋଳନ ମୁହାଁ ହେବେ ବୋଲି କୋଣ ଅନୁକୋଣରୁ ସ୍ୱର ଶାଣିତ ହେବା ଆରମ୍ଭ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ