ବୁର୍ଲା ସରକାରୀ ବାଳକ ହାଇସ୍କୁଲରେ ଜାତୀୟ ପୁସ୍ତକ ସପ୍ତାହ ପାଳିତ


ସମ୍ବଲପୁର:ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପାଳିତ ଜାତୀୟ ପୁସ୍ତକ ସପ୍ତାହ ର ଚତୁର୍ଥ ଦିବସ ସମ୍ପ୍ରତି ବୁର୍ଲା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଅୟୋଜିତ ଏକ ସଭା ରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମତୀ ରଶ୍ମିତା ଦାଶ ସଭାପତିତ୍ୱ କରିଥିଲେ।ଲାଇବ୍ରେରୀ ତରଫରୁ ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରୋଫେସର ଆଦିତ୍ୟ ପ୍ରସାଦ ପାଢ଼ୀ,ସଭ୍ୟ ସମ୍ପାଦକ ରଘୁନାଥ ମିଶ୍ର, ପ୍ରୋଫେସର ମୁରଲୀଧର ପ୍ରେମନାଥ ନାୟକ ଓ ଶ୍ରୀ ପୃଥ୍ଵୀବୀରାଜ୍ ମିଶ୍ର ପ୍ରମୁଖ ଯୋଗଦେଇ ପିଲାଙ୍କୁ ପୁସ୍ତକ ପଠନ ର ଉପକାରିତା ସମ୍ବନ୍ଧରେ ସୂଚନା ଦେଇ ଅଧିକ ମାତ୍ରାରେ ବହି ପଢିବାକୁ ଆହ୍ଵାନ ଦେଇଥିଲେ। କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର ପଣ୍ଡା ପ୍ରାରମ୍ଭ ରୁ କାର୍ଯ୍ୟକ୍ରମ ର ଉଦ୍ୟେଶ ଜ୍ଞାପନ କରିବା ସହ ପିଲାଙ୍କୁ ଵହି ପଢିଵା କୁ ଏକ ଅଭ୍ୟାସ ଭାବେ ବଜାୟ ରଖିବାକୁ କହିଥିଲେ।ଏହି ଉପଲକ୍ଷେ ଅୟୋଜିତ ‘ପୁସ୍ତକ ପଢିଵା କାହିଁକି” ଶୀର୍ଷକ ଏକ ବକ୍ତୃତା ପ୍ରତିଯୋଗିତା ର କୃତୀ ଛାତ୍ର ଓଁ ମହାନନ୍ଦ, ଶୁଭମ ତାଣ୍ଡି,ଓ ରୋଶନ କୁମ୍ଭାର ,ଙ୍କୁ ଡାକ୍ତର ନାରାୟଣୀ ପଣ୍ଡା ଙ୍କ ପ୍ରାୟୋଜିତ ଜନକ ପ୍ରିୟା ଟ୍ରଫି ଓ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଥିଲା । ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ,କୈଳାଶ ବାରିକ ଓ ସୁମନ୍ତ ସେଠି , ବିଚାରକ ଦାୟିତ୍ୱ ତୁଲେଇଥିବା ବେଳେ ଶିକ୍ଷକ କୈଳାସ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।