Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଭି ନଂ. ୧ ବିଦ୍ୟାଳୟ ସମ୍ଭୁଖରେ ଲାଗିଲା ସ୍ପିଡ଼ ବ୍ରେକର, ଜ଼ିଲ୍ଲାପାଳଙ୍କୁ ଅଭିଭାବକ ସଂଘର କୃତଜ୍ଞତା

ସମ୍ବଲପୁର: ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ.୧ ସମ୍ଭୁଖ ରାସ୍ତା ରେ ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ସ୍ପିଡ଼ ବ୍ରେକର ଲଗାଯାଇଛି I ଏହି ବିଦ୍ୟାଳୟ ଖୋଲିବା ଏବଂ ବନ୍ଦ ହେବା ସମୟରେ ଗୁରୁତର ଟ୍ରାଫିକ୍ ସମସ୍ୟା କୁ ଦୃଷ୍ଟି ରେ ରଖି ଟ୍ରାଫିକ କଟକଣା ଏବଂ ସ୍ପିଡ଼ ବ୍ରେକର ଲଗାଇବାକୁ ଗତ ବୁଧବାର ଜ଼ିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ ପୂର୍ବକ ସାକ୍ଷାତ ଆଲୋଚନା କରାଯାଇଥିଲା I ତେବେ ସମସ୍ୟା ତଥା ଆସର୍ଣ୍ଣ ବିପଦ କୁ ଦୃଷ୍ଟି ରେ ରଖି ଜ଼ିଲ୍ଲାପାଳ ଶ୍ରୀ ବୋନ୍ଦର ପୂର୍ତ୍ତ ବିଭାଗ କୁ ତୁରନ୍ତ ଏଠାରେ ସ୍ପିଡ଼ ବ୍ରେକର ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ I ଫଳରେ ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ବିଦ୍ୟାଳୟ ସମ୍ଭୁଖ ରାସ୍ତା ର ଉଭୟ ପାର୍ଶ୍ଵ ରେ ସ୍ପିଡ଼ ବ୍ରେକର ଲଗାଯାଇଛି I ଜ଼ିଲ୍ଲାପାଳ ଶ୍ରୀ ବୋନ୍ଦର ଙ୍କ ଏଭଳି ତ୍ୱରିତ ପଦକ୍ଷେପ କୁ ଉଚ୍ଚ ପ୍ରଶଂସା କରାଯାଇଥିବା ବେଳେ ଅଭିଭାବକ ସଂଘ ର ସଭାପତି ସରୋଜ ଦେଓ, ସଞ୍ଜୟ ବାବୁ, ସରୋଜ ସାହୁ, ଦୁଲାଲ ଚନ୍ଦ୍ର ରାୟ, ଶ୍ରୀମନ୍ତ ପଣ୍ଡା, ସୁବାଷ ଶତପଥି, ଗୌତମ ମିଶ୍ର ପ୍ରମୁଖ କୃତଜ୍ଞତା ଜ୍ଞାପନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ