Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡ଼ା ଜିଲ୍ଲା ଭତ୍ତାଧାରୀ ମହା ସଂଘ ର ସମ୍ମିଳନୀ

ସମ୍ବଲପୁର: ଝାରସୁଗୁଡ଼ା ବମ୍ବେ ଛକ ନିକଟରେ ଭତ୍ତାଧାରି ମହା ସଂଘର ଝାରସୁଗୁଡ଼ା ଜିଲ୍ଲା ସ୍ତରୀୟ ସମ୍ମିଳନୀ ଶ୍ରମିକ ନେତା ରକ୍ଷାକର ଅନୁପମଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି ।ବୃଦ୍ଧା ,ବୃଦ୍ଧା,ବିଧବା,ଅବିବାହିତ ମହିଳା ଓ ଭିନ୍ନ କ୍ଷମ ଭତ୍ତା ଧାରୀ ଗଣ ଏହି ସମ୍ମିଳନୀରେ ଜିଲ୍ଲାର ଚାରିଗୋଟି ବ୍ଲକ ଓ ତିନି ଗୋଟି ସହର ର ଶତାଧିକ ଅଂଶ ଗ୍ରହଣ କରିଥିଲେ ।ଏହି ସମ୍ମିଳନୀରେ ଲାଇକେର ର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ,ମୁଖ୍ୟ ଅତିଥି ,ରାଜ୍ୟ ନବ ନିର୍ମାଣ କୃଷକ ସଂଗଠନ ଆବାହକ ଶେଷ ଦେବ ମହାନନ୍ଦ ଓ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ କୃଷିଜୀବୀ ଗଣ ଙ୍କ ପେନସନ ସରକାରଙ୍କ ଦୟା ନୁହେ ହିତାଧିକାରୀଙ୍କ ଅଧିକାର ବୋଲି ମାତା ବ୍ୟକ୍ତ କରି ନୂତନ ସରକାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ତିନି ହଜାର ପାଞ୍ଚଶହ ତାଙ୍କ ମାସିକ ଭତ୍ତା ଦେବାକୁ ଆହ୍ବାନ ଦେଇଥିଲେ । ପ୍ରାରମ୍ଭରେ ନାରୀ ନେତ୍ରୀ ଶ୍ରୀମତୀ ସୁଷମା ସାହୁ ସ୍ଵାଗତ ଭାଷଣ ସହ ଆଲୋଚନା ସଭାକୁ ପରିଚାଳନା କରିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସର୍ଵଶ୍ରୀ ଅଗସ୍ତି ବାଗ,ଦିବାକର କୁଆ, ରଶ୍ମିତା କଣ୍ଡରା ପାଲମ୍ ଧିରନ୍ ହେମ୍ରମ,ଅଞ୍ଜନା ବାଗ,ସୁଭଦ୍ରା ମୁଣ୍ଡି, ସନାତନ ରାଉତ ପ୍ରମୁଖ ସଂଘର ବିଭିନ୍ନ ଦାବି ଉପରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀର ମହାସଂଘ ପାଇଁ ଏକ ଜିଲ୍ଲା କମିଟି ଗଠନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ସୁବର୍ଣ୍ଣ ଖଡିଆ,ସୁବନ୍ତି ମାଝୀ,ସଂଯୁକ୍ତ ଲାକ୍ରା, ପୂଜା ପ୍ରମୁଖ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ