Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ରାଜସ୍ଵ ଅମଲା ସଂଘ, ମାଲକାନଗିରି ଜିଲ୍ଲା ଶାଖାର ସ୍ବତନ୍ତ୍ର ଅଧିବେଶନ

ମାଲକାନଗିରି:ରବିବାର ଦିବା ୧୧ ଘଟିକା ସମୟର ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ରାଜସ୍ଵ ଅମଲା ସଂଘ, ମାଲକାନଗିରି ଜିଲ୍ଲା ଶାଖା ଆନୁକୁଲ୍ୟରେ ଏକ ସ୍ବତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଥିଲା।ରାଜସ୍ୱ ଅମଲା ସଂଘର ଜିଲ୍ଲା ସଭାପତି ଶ୍ରୀ ଚିଲିପି କ୍ରିଷ୍ଣା ରାଓ ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ଓଡ଼ିଶା ଅମଲା ସଙ୍ଘର ଜିଲ୍ଳା ସଭାପତି ଶ୍ରୀ ଶ୍ୟାମ ସୁନ୍ଦର ନାୟକ ମଞ୍ଚ ପରିଚାଳନା କରିଥିଲେ। ସ୍ବତନ୍ତ୍ର ଅତିଥି ଭାବରେ ଅମଲା ସଂଘର ଜିଲ୍ଲା ସଂପାଦକ ଶ୍ରୀ ଲକ୍ଷ୍ମୀଧର ଦାଶ ଯୋଗ ଦେଇଥିବାବେଳେ ରାଜସ୍ଵ ଅମଲା ସଂଘର ଜିଲ୍ଲା ସଂପାଦକ ଶ୍ରୀ ଦିଲ୍ଲୀପ କୁମାର ନାୟକ, ସାଂଗଠନିକ ସଂପାଦକ ଶ୍ରୀ ଟୁକୁନା ପଢ଼ିଆରୀ,ଉପସଭାପତି ଶ୍ରୀ ଏମ ଡି ଗାଉସ୍ ମୋହିଉଦ୍ଦିନ୍, କୋଷଧକ୍ଷ୍ୟ ଶ୍ରୀ ପ୍ରଶାନ୍ତ କୁମାର ପୃଷ୍ଟି, ରାଜସ୍ଵ ଅମଲା ସଂଘର ପୂର୍ବତନ ସଭାପତି ଶ୍ରୀ ବସନ୍ତ କୁମାର ପଟ୍ଟନାୟକ ମଞ୍ଚାସିନ ଥିଲେ। ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଶ୍ରୀ ଦିବ୍ୟସିଂହ ପାଇକରାୟ, ଶ୍ରୀ ରଘୁନାଥ ବେହେରା, ଶ୍ରୀ ବାଣୀ କୀଙ୍କର ପଟ୍ଟନାୟକ, ଶ୍ରୀ ଅଜିତ୍ କୁମାର ପାତ୍ର, ଶ୍ରୀ ବାପାଦିତ୍ୟ ମଲ୍ଲିକ, ଶ୍ରୀ ସନ୍ତୋଷ ସେନାପତି, ଶ୍ରୀ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ବହୁ ଅମଲା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଉକ୍ତ ଅଧିବେଶନରେ ମାଲକାନଗିରି ଏକ ସ୍ବତନ୍ତ୍ର ଜିଲ୍ଲା ହେବା ଠାରୁ ଆଜି ପର୍ଯ୍ୟନ୍ତ ରାଜସ୍ଵ ବିଭାଗରେ ଚାକିରି କରି ଅବସର ଗ୍ରହଣ କରିସାରିଥିବା ୨୦ ରୁ ଅଧିକ ବୟୋଜ୍ୟେଷ୍ଠ ଅମଲା ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ବେଳେ ଏହିବର୍ଷ ମାର୍ଚ୍ଚ ମାସରେ ନୂଆକରି ରାଜସ୍ଵ ବିଭାଗରେ ନିଯୁକ୍ତି ପାଇଥିବା ୪୦ ଜଣ ଅମଲା ଭାଈ ଓ ଭଉଣୀ ମାନଙ୍କୁ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଚାକିରି ଆରମ୍ଭ ହେଲା ଠାରୁ ଚାକିରି ଶେଷ ପର୍ଯ୍ୟନ୍ତ କର୍ମମୟ ଜୀବନରେ ସମସ୍ତଙ୍କ ସହ ଭାଈ ଚାରlର ସମ୍ପର୍କ ଭିତରେ ରହି କାର୍ଯ୍ୟ କରିବା ସହିତ ସଙ୍ଘ ପ୍ରତି ଆନୁଗତ୍ୟ ପ୍ରକାଶ କରିବାକୁ ଗୁରୁମନ୍ତ୍ର ଦେଇଥିଲେ ଅମଲା ସଙ୍ଘର ପୂର୍ବତନ ସଭାପତି ତଥା ଅବସର ପ୍ରାପ୍ତ ଉପବିଭଗୀୟ ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ସାହୁ। ସଭାକାର୍ଯ୍ୟ ଆରମ୍ଭ କରିଥିବା ସଙ୍ଗଠନ ସଂପାଦକ ଶ୍ରୀ ଟୁକୁନା ପଢ଼ିଆରୀ ସମସ୍ତକୁ ଧନ୍ୟବାଦ୍ ଦେବା ସହିତ ସଭା ଶେଷ ହୋଇଥିଲା। ସମସ୍ତଙ୍କ ପାଈଁ ପ୍ରସ୍ତୁତ କରାଯାଇଥିବା ପଙ୍କ୍ତି ଭୋଜନରେ ସମସ୍ତେ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ