Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୭୬ତମ ଏନସିସି ଦିବସ ପାଳିତ

ସମ୍ବଲପୁର: କୁଚିଣ୍ଡା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ରେ ୭୬ତମ ଏନ୍ ସି ସି ଦିବସ ପାଳିତ ହୋଇଯାଇଛି । ଏ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶ୍ରିକାନ୍ତ ଚୌଧୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ଏସ୍ ଏମ୍ ସି ଚେୟାରମେନ୍ ବିଶ୍ବନାଥ କଣ୍ଡରା ସମ୍ମାନୀତ ଅତିଥି ଭାବେ କୁଟୁରାଚୁଆଁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭବାନୀ ଶଙ୍କର ନାଏକ, ପୂର୍ବତନ ସଂସ୍କୃତ ଶିକ୍ଷକ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କୁଚିଣ୍ଡା ଶ୍ରୀଯୁକ୍ତ ଉଦୟନାଥ ମିଶ୍ର, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସରକାରୀ ଉଚ୍ଚବିଦ୍ୟାଳୟ କୁଚିଣ୍ଡା ଶ୍ରୀମତୀ ଇନ୍ଦୁମତୀ ମିଶ୍ର,କୁଡାପରା ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ସୁଶିଲ ମହାକୁଳ,ଚନ୍ଦନିମାଳ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ କମଳଲୋଚନ ବେହେରା, କୁଚିଣ୍ଡା ମହାବିଦ୍ୟାଳୟ କୁଚିଣ୍ଡା ଏନ୍ ସି ସି ଅଧିକାରୀ ଶ୍ରୀ ରୋଶନ କୁଲ୍ଲୁ, ପ୍ରମୁଖ ଅତିଥି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କୁଚିଣ୍ଡା ଏନ୍ ସି ସି ଅଧିକାରୀ ଶ୍ରୀମତୀ ଦିପ୍ତିମୟୀ କୁସୁମ। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇ ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ।ଏହା ପରେ ଅତିଥି ମାନେ ଉପସ୍ଥିତ ଥିବା ଛାତ୍ରୀ ମାନଙ୍କୁ ଏନ୍ ସି ସି ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ଏହା ପରେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ , ନୃତ୍ୟ, ଗୀତ, ଏବଂ ଅଭିନୟ ମାଧ୍ୟମରେ ଭାରତୀୟ ସେନା ବାହିନୀ ର ରୂପ ଚରିତ୍ର କାର୍ଯ୍ୟ ଦର୍ଶାଇ ଥିଲେ। ଶେଷରେ କୃତ୍ତି ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ