Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାନୁୟାରୀ ୧୫ରୁ ସମ୍ବଲପୁରୀ ଧନୁଯାତ୍ରା, ଆଜି ହେଲା କଂସବରଣ

ସମ୍ବଲପୁର:ଦ୍ଵିତୀୟ ବର୍ଷ ପାଇଁ ଆଗାମୀ ଜାନୁଆରୀ ୧୫ରୁ ୧୯ ଜାନୁଆରୀ ପର୍ଯ୍ୟନ୍ତ ସମ୍ବଲପୁର ଠାରେ ସମ୍ବଲପୁରୀ ଧନୁଯାତ୍ରା ଅନୁଷ୍ଠିତ ହେବ।ଏହି ସମ୍ବଲପୁରୀ ଧନୁଯାତ୍ରା ନିମନ୍ତେ ଆଜି ଧନୁଯାତ୍ରା କମିଟି ପକ୍ଷରୁ କଂସ ବରଣ କରାଯାଇଛି।ଚଳିତ ବର୍ଷ କଂସ ଅଭିନୟ କରୁଥିବା କଳାକାର ଫଣୀନ୍ଦ୍ର କୁମାର ପଣ୍ଡା ଙ୍କ ଶାନ୍ତିନଗର ସ୍ଥିତ ବାସ ଭବନ ରେ କଂସ ବରଣ କାର୍ଯ୍ୟକ୍ରମ ହିନ୍ଦୁ ରୀତିନୀତି ସହ ହୋଇଯାଇଅଛି।ସମ୍ବଲପୁର ବ୍ରହ୍ମମଣ୍ଡପ ପଣ୍ଡିତ ଉପେନ୍ଦ୍ର ପାଣିଗ୍ରାହୀ ପୂଜକ କାର୍ଯ୍ୟ ତୁଲାଇଥିବାବେଳେ ଧନୁଯାତ୍ରା କମିଟି ତରଫ ରୁ ସଭାପତି ସଞ୍ଜୟବାବୁ କଂସ ମହାରାଜଙ୍କୁ ରାଜମୁକୁଟ, ଖଣ୍ଡା ପ୍ରଦାନ ସହ ଉତ୍ତରୀୟ ଦେଇ ଚଳିତ ବର୍ଷ ନିମନ୍ତେ କଂସ ଭୂମିକା ପାଇଁ ବରଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ଗୁଣରଞ୍ଜନ ସାଳିମା, ଲେଖକ ନିର୍ଦ୍ଦେଶକ ବାବଳୁ ବାଗଙ୍କ ସମେତ କମିଟିର ନିଶିକାନ୍ତ ବିଶ୍ୱାଳ, କୃଷ୍ଣଚନ୍ଦ୍ର ବାଗ, ଚୈତନ୍ୟ ନାୟକ, ଯୋଗେଶ ନନ୍ଦ, ଲଳିତ ବେଵର୍ତା, ଜୟକୃଷ୍ଣ ବେହେରା, ସୌରୀ ନାରାୟଣ ପାଣିଗ୍ରାହୀ,ରାହୁଲ ଗୁପ୍ତା, ଘୁନୁଚରଣ ପାଢ଼ୀ, କିଶୋର ଧରେଇ ପ୍ରମୁଖ ଉପସ୍ଥିତ ଥିଲେ।
ଏଠାରେ ସୂଚନାଯୋଗ୍ୟଯେ, ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ୍ୟ ଗଙ୍ଗାଧର ମଣ୍ଡପ ମଥୁରା ନଗରୀ ଓ ଚାଉଁରପୁର ଗୋପପୁର ରେ ପରିଣତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ