ସମ୍ବଲପୁର:ବୁଧବାର ଦିନ ସମ୍ବଲପୁର ମହାନଗର ନିଗମ କମିଶନର୍ ବେଦପ୍ରକାଶ ତାଙ୍କ ସହଯୋଗୀ ତଥା ଅଧସ୍ତନ ଅଧିକାରୀ ମାନଙ୍କ ସହିତ ସମ୍ବଲପୁର ଭାଲୁପାଲି ଛକ ନିକଟସ୍ଥ ବୈଦିକବିହାର କୁ ପରିଦର୍ଶନ ଆସି କଲୋନୀ ର ଅସୁବିଧା ଓ ସମସ୍ୟା ସମ୍ପର୍କ ରେ ଅନୁଧ୍ୟାନ କରିଥିଲେ। ସେ ବିଶେଷ କରି ବୈଦିକବିହାର ର ଲେନ୍୧ ରେ ଉପୁଜିଥିବା ରାସ୍ତା ସମସ୍ୟା ଓ ଅନ୍ୟ ଅସୁବିଧା ବିଷୟରେ ପଚାରି ବୁଝିଥିଲେ।ବୈଦିକବିହାର ଉନ୍ନୟନ କମିଟିର ସଦସ୍ୟ ମାନେ କଲୋନୀ ରେ ଡ୍ରେନ୍ ନିର୍ମାଣ ଓ ସମସ୍ତ ଗଳିକୁ ରାସ୍ତା ପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ଲେନ୍ ୧ ରେ ବାକିଥିବା ରାସ୍ତା କାମ ବହୁତ ଶିଘ୍ର କରାଯିବା ଓ ଡ୍ରେନ୍ କରାଯିବାର ପ୍ରତିଶ୍ରୁତି ଦେଇଥିଲେ।କମିଶନର ଙ୍କ ପରିଦର୍ଶନ ସମୟରେ ଉନ୍ନୟନ କମିଟି ର ସମ୍ପାଦକ ପଣ୍ଡିତ ଅମର ନାଥ ମିଶ୍ର ଙ୍କ ସହିତ ଗତିକ୍ରୁଷ୍ଣ ପଣ୍ଡା, ସୌମ୍ୟ ପ୍ରକାଶ ବହିଦାର, ଅଗସ୍ତି ଗଡତିଆ, କ୍ଷୀରୋଦ କୁମାର ଜୁଆଡି, ପ୍ରଶାନ୍ତ କୁମାର ନାଥ, କେଶବ ମିଶ୍ର ଓ ଦୀପେନ୍ ପଟ୍ଟନାୟକ ଉପସ୍ଥିତ ଥିଲେ।ପୁର୍ବରୁ କମିଶନର୍ ଙ୍କୁ କମିଟି ତରଫ ରୁ ଦରଖାସ୍ତ ଦିଆଯାଇଥିଲା।