ସୁବର୍ଣ୍ଣପୁର ସହରରେ ସୁବର୍ଣ୍ଣ ମାଟି ଚା କପର ଶୁଭାରମ୍ଭ


ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୋନପୁର ମ୍ୟୁନିସିପାଲଟି କୁମ୍ଭାରପଡ଼ା ଠାରେ ମିଶନ ଶକ୍ତି ପକ୍ଷରୁ ଶ୍ରୀ ସମୃଦ୍ଧି ଉତ୍ପାଦକ ଗୋଷ୍ଠୀ ସୋନପୁର ରେ କୁଲହଡ (ମାଟିକପ) ମେସିନର ଶୁଭ ଉଦ୍ଘାଟନ ହୋଇଯାଇଛି। ଜିଲ୍ଲାରେ ପ୍ରଥମ ଥର ପାଇଁ ସ୍ଵୟଂ ସହାୟକ ମହିଳା ଙ୍କୁ ସ୍ୱାବଲମ୍ବୀ ତଥା ରୋଜଗାର ଯୋଗାଇବା ଲକ୍ଷ୍ୟରେ ଏହି ମେସିନ ସ୍ଥାପନ କରାଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅନ୍ୟା ଦାସ ଯୋଗ ଦେଇଥିବା ବେଳେ ଓରମାସର ଡେପୁଟି ସିଇଓ ତଥା ଜିଲ୍ଲା ସଂଯୋଜକ ବିଶ୍ବଜିତ ପରିଡ଼ା ଓ ମିଶନ ଶକ୍ତି ମହିଳା ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଏବେ ଯେଉଁ ଜନସାଧାରଣ ବହୁଳ ମାତ୍ରାରେ ପେପର କପରେ ଚା ପିଇବା ଦ୍ଵାରା ସେଥିରୁ ଉତ୍ପନ୍ନ ହେଉଥିବା ମାଇକ୍ରୋ ପ୍ଲାଷ୍ଟିକ ଚାହା ସହ ମିଶି କ୍ୟାନ୍ସର ତଥା ହରମୋହନ ଅସୁନ୍ତଳିତ ହୋଇ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଏହି ପ୍ରକଳ୍ପ ହେବା ଫଳରେ ମାଟି କପରେ ଚା ପିଇବା ପାଇଁ ଜିଲ୍ଲାବାସୀ ସୁଯୋଗ ପାଇବା ସହ ନିରୋଗୀ ରହିବେ। ଏଥିରେ ୩୦ ଜଣ ମହିଳା କାମ କରି ମାଟିକପ ତିଆରି ମେସିନରେ ଘଣ୍ଟାକୁ ୩୦୦ କପ ତିଆରି କରିପାରିବେ। ପ୍ରଥମେ ଏଥିରୁ ପ୍ରତିଦିନ ୧୮୦୦ ପିସ କପ୍ ତିଆରି ହେବାକୁ ଥିବାବେଳେ ଦିନକୁ ୩୬୦୦ ଟଙ୍କା ରୋଜଗାର କରି ମାସକୁ ୧ଲକ୍ଷ ୮ ହଜାର ପାଇ ପାରିବେ ବୋଲି ସୂଚନା ଦେଇଥିଲେ। ଏହାକୁ ନିଜ ବଜାରରେ ବିକ୍ରୀ କରିବାକୁ ସୁଯୋଗ ସୃଷ୍ଟି କରାଯିବ। ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ସହିତ ବ୍ଲକ ସ୍ତରୀୟ ମହାସଂଘ ର ସଭାନେତ୍ରୀ ଓ ସମ୍ପାଦିକା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ସଚିଦାନନ୍ଦ ବୁଡେକ, ବିପିଏସିଏ ମିଶନ ଶକ୍ତି ଅମିତ କୁମାର ଡାଙ୍ଗ ପରିଚାଳନା କରିଥିଲେ ।

ଆନ୍ଧ୍ର ପ୍ରଦେଶ ପଥର କୁଆଁରୀ ବିସ୍ପୋରଣରେ ପ୍ରାଣ ହରାଇଥିବା ଗଜପତି ଜିଲ୍ଲାର ୨ ପରିବାରକୁ ଭେଟିଲେ ବିଜେଡ଼ି ନେତାପାରଳାଖେମୁଣ୍ଡି:୬/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ୨ ଜଣ ଶ୍ରମିକ ଆନ୍ଧ୍ରର ଏକ ପଥର କୁଆଁରୀ ବିସ୍ପୋରଣରେ ମୃତ୍ୟୁବରଣ କରିଥିଲେ. ମୃତ୍ୟୁବରଣ ପରିବାରକୁ ସମବେଦନା ଜଣାଇବା ସହ ଆବଶ୍ୟକ ସରକାରୀ ସାହାର୍ଯ୍ୟ ଦାବି ନେଇ ଗଜପତି ଜିଲ୍ଲାର ବିଜେଡି ନେତାମାନେ ମୃତ ପରିବାରକୁ ଭେଟି ସରକାରଙ୍କୁ ଦାବି ଜଣାଇଛନ୍ତି. ଘଟଣାରୁ ପ୍ରକାଶ, ଗତ ୩ତାରିଖ ଦିନ ଆନ୍ଧ୍ରପ୍ରଦେଶର ଏକ ପଥର କୁଆଁରୀ ବିସ୍ପୋରଣ ସମୟରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା. ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ ଜଣ ଓ ଗଜପତି ଜିଲ୍ଲାର ୨ଜଣ ରହିଛନ୍ତି. ଉକ୍ତ ଖବର ପାଇ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ ପ୍ରମୁଖ ଗଜପତି ଜିଲ୍ଲା ମୋହନା ବ୍ଳକର ଦୁଇ ମୃତକ ଭାସ୍କର ବିଷୋୟୀ ଓ ଟୁକୁନା ଦଳାଇଙ୍କ ମୃତ ପରିବାରଙ୍କ ଘରେ ପହଞ୍ଚି ସେମାନଙ୍କୁ ସାନ୍ତ୍ୱନା ଦେବା ସହ 2 ମୃତକଙ୍କ ଆତ୍ମାର ସଦଗତି କାମନା କରିଥିଲେ. ଏଥିସହ ଦୁଇ ପରିବାରକୁ ଆର୍ଥିକ ସହାୟତା ସହ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ସରକାର ପ୍ରଦାନ କରନ୍ତୁ ବୋଲି ବିଜେଡିର ଏହି ନେତାମାନେ ଦାବି କରିଛନ୍ତି.ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଦୁଇ ମୃତ ପରିବାରର ପିଲାମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ.