Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୋହିତ ପିପଲାନିଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର ୫୭ୟୁନିଟ ରକ୍ତ ସଂଗୃହୀତ

ସମ୍ବଲପୁର:ବରଗଡ଼ ଅନ୍ତର୍ଗତ ଆମ୍ବାପଲି ତେତେଲ ଟିକ୍ରା ସ୍ଥିତ ପିପଲାନି ସ୍ଵୀଟସ ଫ୍ୟାକ୍ଟ୍ରି ଠାରେ ପିପଲାନି ସ୍ଵୀଟସ ର ମାଲିକ ରୋହିତ ପିପଲାନି ଙ୍କ ଜନ୍ମ ଦିନ ଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ରୋହିତ ପିପଲାନି ଙ୍କ ବାପା ଅର୍ଜୁନ ପିପଲାନି ଓ ମାଁ ଅନିତା ପିପଲାନି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିବା ବେଳେ ପୁରା ପରିବାର ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିର ରେ ତିନି ଯୋଡା ରକ୍ତ ଦାତା ଦମ୍ପତ୍ତି ଙ୍କ ସମେତ ୫୧ଜଣ ରକ୍ତ ଦାତା ଙ୍କୁ ମିଶାଇ ସର୍ବମୋଟ ୫୭ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ପିପଲାନି ରେ କାମ କରୁଥିବା କର୍ମଚାରୀ ମାନେ ଅତ୍ୟନ୍ତ ଉତ୍ସାହ ର ସହିତ ରକ୍ତ ଦାନ କରିଥିଲେ।ଏହି ଶିବିର କୁ ପୁଖରାଜ ସିଂ ରାଜପୁତ ଓ ନିଷ୍ଠା ପରିବାର ର ଉପଦେଷ୍ଟା ସଚି ପଣ୍ଡା, ଅଶ୍ୱିନୀ ତ୍ରିପାଠୀ,ଆଶିଷ କିରଣ ମହାପାତ୍ର,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,ସଙ୍କେତ ଆଠଘରା,ରାତ୍ର ପ୍ରଧାନ,ହେମାଞ୍ଚଲ ସାହୁ, ଝସ ସାହୁ,ମାନସ ମେହେର ଓ ଅନ୍ୟ ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ପରିଶେସ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ରୋହିତ ପିପଲାନି ଙ୍କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।