ଶୁଭାରମ୍ଭ ହେଲା ଡିଫାଇନ୍ କଳାହାଣ୍ଡିର ସଦସ୍ୟତା ଅଭିଯାନ।


କଳାହାଣ୍ଡି:୨୯/୧୧
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲାବାସୀଙ୍କ ବିଶ୍ୱାସ ଓ ନିଷ୍ଠାକୁ ପୁଞ୍ଜି କରି ସମସ୍ତଙ୍କୁ ଏକାଠି କରିବା ଓ ସେମାନଙ୍କ ଆସ୍ଥାକୁ ସମ୍ମାନ ଦେଇ ଏକ ସଶକ୍ତ କଳାହାଣ୍ଡି ଜିଲ୍ଲା ଗଠନ କରିବାର ସ୍ୱପ୍ନ ଦେଖିଥିବା ଡିଫାଇନ୍ କଳାହାଣ୍ଡି ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ଆଜି ତାହାର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଏହି ସଦସ୍ୟ ସଂଗ୍ରହ ଅଭିଯାନ କାର୍ଯକ୍ରମ ଆଜି ଅପରାହ୍ନ ରେ ସ୍ଥାନୀୟ ଭବାନୀପାଟଣା ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଦସ୍ୟ ସଂଗ୍ରହ ଅଭିଯାନ କାର୍ଯକ୍ରମ ରେ ଡିଫାଇନ କଳାହାଣ୍ଡି ର ଅଧ୍ୟକ୍ଷ ମଧୁ ମହାନ୍ତି ଯୋଗ ଦେଇଥିଲେ । ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ଥିବା ବେଳେ ଆସନ୍ତା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବା ସହ ୧ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କୁ ଡିଫାଇନ କଳାହାଣ୍ଡି ର ସଦସ୍ୟ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ଡିଫାଇନ କଳାହାଣ୍ଡି ର ଏକ ମାତ୍ର ଉଦ୍ଦେଶ୍ଵ କଳାହାଣ୍ଡି ଜିଲ୍ଲାର ବିକାଶ , କଳାହାଣ୍ଡି ରେ ତ ଅନେକ ସମସ୍ୟା ରହିଛି କିନ୍ତୁ ମୁଖ୍ୟ ସମସ୍ୟା ହେଲା ବେକାରୀ ସମସ୍ୟା ଓ ଦ୍ଵିତୀୟ ହେଲା ମଦ , ଆଜି ଯୁବକ ଯୁବତୀ ମାନେ ପାଠ ପଢ଼ି କି ବେକାରୀ ରହୁ ଥିବା ବେଳେ ମଦ ମାଧ୍ୟମରେ ପରିବାର ମଧ୍ୟ ଉଜୁଡ଼ି ଯାଉଛି । ଘରର ମୁଖିଆ ଯାହା ଉପାର୍ଜନ କରୁଛି ତାହା ମଦ ପିଇ ସର୍ବସ୍ବାନ୍ତ ହେଉଛନ୍ତି । ଜିଲ୍ଲାରେ ଚାଷୀ ମାନଙ୍କ ସମସ୍ୟା ମଧ୍ୟ ଲାଗି ରହିଛି ତେଣୁ ଚାଷୀ ମାନଙ୍କ ସହ ମଧ୍ୟ ଆମେ ଅଛୁ ବୋଲି କହିବା ସହ ଜିଲ୍ଲାରେ ଲାଗି ରହି ଥିବା ବିଭିନ୍ନ ସମସ୍ୟା ସହ ଡିଫାଇନ କଳାହାଣ୍ଡି ଅଛି ବୋଲି ଡିଫାଇନ କଳାହାଣ୍ଡି ର ଅଧ୍ୟକ୍ଷ ମଧୁ ମହାନ୍ତି ପ୍ରକାଶ କରିଥିଲେ । ଏହି ସଦସ୍ୟ ସଂଗ୍ରହ ଅଭିଯାନ ରେ ଭବାନୀପାଟଣା ସହର ଓ ଆଖପାଖ ଅଂଚଳର ହଜାର ହଜାର ଯୁବକ ଯୁବତୀ ମହିଳା ପୁରୁଷ ଯୋଗ ଦେଇଥିଲେ ।