Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିନ୍ନ ଢ଼ଙ୍ଗରେ କମଲ ବଣ୍ଟନ କଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

ସମ୍ବଲପୁର:ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ରାତି ୧୨ ଟା ପରେ ବରଗଡ଼ ରେଲୱେ ଷ୍ଟେସନ,ବରାହଗୋଡା,ନାଗେନପଲିଗାନ୍ଧି ଛକ, ବସ୍ ଷ୍ଟାଣ୍ଡ ,ଭଟିଲି ଛକ,ବିକାଶ ସ୍କୁଲ ଛକ, ଗୁରୁଦ୍ୱାରା ଛକ,ଥାନା ଛକ ଠାରେ ରାତ୍ରୀ ସମୟରେ ରାସ୍ତା କଡରେ ନିଘୋଡ଼ ନିଦ୍ରା ରେ ଶୋଇଥିବା ସମୟ ରେ ଶୀତ ବସ୍ତ୍ର ନ ଥିବା ଅସହାୟ, ବୃଦ୍ଧ ଓ ବୃନ୍ଦା ତଥା ଅସହାୟ ଲୋକଙ୍କୁ ଅନୁଷ୍ଠାନ ତରଫରୁ ଶୀତ ବସ୍ତ୍ର (କମଲ) ପ୍ରଦାନ କରାଯାଇଥିଲା,ଏହା ପ୍ରତ୍ୟେକ ବର୍ଷ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଥାଏ,ଏହି ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ୭ ଦିନ ପର୍ଯ୍ୟନ୍ତ ରାତ୍ରୀ ସମୟରେ ଚାଲିବ ବୋଲି ଅନୁଷ୍ଠାନ ର ପ୍ରତିଷ୍ଠାତା ଡଃ ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି,ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ସମାଜସେବୀ ଅଞନା ଦାସ, ଡଃ ଶକ୍ତି କୁମାର ତ୍ରିପାଠୀ,ପରେଶ ମେହେର, ସୁରେନ୍ଦ୍ର ମିଶ୍ର,ଗାୟତୀ ଇତ୍ୟାଦି ବଦାନ୍ୟ ବ୍ୟକ୍ତି ମାନଙ୍କ ସହାୟତାରେ ଅନୁଷ୍ଠାନ ତରଫରୁ ବଣ୍ଟନ କରାଯାଇଥିଲା, ବଣ୍ଟନ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଆଜୀବନ ସଦସ୍ୟ ବୃନ୍ଦାବନ ବେହେରା, ସଦସ୍ୟ ତଥା ସମାଜସେବୀ ରାଜକୁମାର ବନଛୋର ସହଯୋଗ କରିଥିଲେ, ପ୍ରକାଶ ଥାଉକି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ ୭ ଦିନ ପଯ୍ୟନ୍ତ ରାତି ୧୨ ଟାରୁ ୨ ଟା ପର୍ଯ୍ୟନ୍ତ ଜାରୀ ରହିବ ବୋଲି ଅନୁଷ୍ଠାନ ର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ଼ଃ ଅଜିତ କୁମାର ନାଥ ସୂଚନା ପ୍ରଦାନ କରିଯାଇଛନ୍ତି।