Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା କୋର୍ଟ କର୍ମଚାରୀ ଓ ଓକିଲ ସଂଘ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଟିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୋନପୁର କଲେଜ ପଡିଆ ଠାରେ ଜିଲ୍ଲା କୋର୍ଟ କର୍ମଚାରୀ ସଂଘ ଓ ଜିଲ୍ଲା ଓକିଲ ସଂଘ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା କୋର୍ଟ କର୍ମଚାରୀ ସଂଘ ଦଳ ପ୍ରଥମେ ଇନିଂସ୍ ବ୍ୟାଟିଂ କରି ଜିଲ୍ଲା ଓକିଲ ସଂଘ ଦଳକୁ ୧୬୩ ରନ୍ ଟାର୍ଗେଟ ଦେଇଥିବା ବେଳେ ଦ୍ବିତୀୟ ଇନିଂସ ବ୍ୟାଟିଂ କରି ମାତ୍ର ୪୧ ରନ୍ ରେ ଜିଲ୍ଲା ଓକିଲ ସଂଘ ଦଳ ଖେଳାଳି ଅଲ୍ ଆଉଟ୍ ହୋଇ ଯାଇଥିଲେ। ଶିବାଶିଷ ମିଶ୍ର ଜିଲ୍ଲା ଜଜ୍ କୋର୍ଟ ଦଳ ର କ୍ୟାପଟେନ ଦାୟିତ୍ବ ତୁଲାଇ ଥିବା ବେଳେ ତାଙ୍କ ବିଜୟୀ ଦଳ ପକ୍ଷରୁ ରକି ମେହେର ସର୍ବାଧିକ ୫୭ ରନ ସ୍କୋର କରିଥିଲେ। ସେହିପରି ବିଜୟୀ ଜିଲ୍ଲା କୋର୍ଟ କର୍ମଚାରୀ ସଂଘ ଦଳର ସୁପ୍ରତୀକ ମିଶ୍ର ସର୍ବାଧିକ ଛଅ ଗୋଟି ୱିକେଟ ହାସଲ କରି ଜିଲ୍ଲା ଓକିଲ ସଂଘ ଦଳକୁ ଧରାଶାୟୀ କରି ଦେଇଥିଲେ। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଦୌରା ଜଜ୍ ଶ୍ରୀ ରଶ୍ମୀ ମୋହନ ଆଚାର୍ଯ୍ୟ ମ୍ୟାଚର ଶୁଭ ଉଦ୍ଘାଟନ କରିଥିବା ବେଳେ ଫେମିଲି କୋର୍ଟ ଜଜ୍ ଶ୍ରୀ ପ୍ରଶାନ୍ତ ମିଶ୍ର ଓ ରେଜିଷ୍ଟ୍ରାର ଶଙ୍ଖ ଚକ୍ରବର୍ତ୍ତୀ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଉଭୟ ଦଳର ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ ଓ ବିଜୟୀ ଦଳ ଓ ଶ୍ରେଷ୍ଠ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ନନ୍ଦ କିଶୋର ତ୍ରୀପାଠୀ ଜିଲ୍ଲା ଓକିଲ ସଂଘ ଦଳ ପକ୍ଷରୁ କ୍ୟାପଟେନ ଦାୟିତ୍ବ ତୁଲାଇ ଥିବା ବେଳେ ଓକିଲ ସଂଘ ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀ ଓ ସଂପାଦକ ଦାଶ ଦିପ୍ତ ମହାପାତ୍ର ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ