Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘର ରାଷ୍ଟ୍ରୀୟ ସଚିବ ହେଲେ ବବୃବାହନ ଭୋଇ

ସମ୍ବଲପୁର:ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘର ପଦାଧିକାରୀ ନିର୍ବାଚନ ଗତ ୨ ଡିସେମ୍ବର ୨୦୨୪ରେ କେରଳ କୋଚି ଠାରେ ଅନୁଷ୍ଠିତ ହୋଇ ଯାଇଛି। ନିର୍ବାଚନ ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀମତୀ ଗୀତା ପାଣ୍ଡେ,ବରିଷ୍ଠ ଉପାଧ୍ୟକ୍ଷ ଡ଼. ରାମଚନ୍ଦ୍ର ଦବାସ, କାର୍ଯ୍ୟବାହକ ଅଧ୍ୟକ୍ଷ ଦିଗ ବିଜୟ ସିଂ ଜାଡେଜା, ମହାସଚିବ ବିନୋଦ ଠାକରାନ,ଯୁଗ୍ମ ସଚିବ ମନୋଜ କୁମାର, ଉପମହାସଚିବ ଠାକୁରଦାଶ ଯାଦବ ଓ ସଚିବ ଭାବରେ ବବୃବାହନ ଭୋଇ (ସମ୍ବଲପୁର ଓଡ଼ିଶା),ଅତିରିକ୍ତ କୋଷାଧ୍ୟକ୍ଷ ପ୍ରମୋଦ କୁମାର ନାୟକ(ଝାରସୁଗୁଡା ଓଡ଼ିଶା) ଙ୍କୁ ସର୍ବ ସମ୍ମତ୍ତି କ୍ରମେ ନିର୍ବାଚିତ କରାଯାଇଛି।ପ୍ରକାଶ ଥାଉ କି ଏହି ନିର୍ବାଚନ ରେ ଭାରତ ବର୍ଷର ୨୪ ଗୋଟି ରାଜ୍ୟର ଶିକ୍ଷକ ପରିଷଦ ସଭ୍ୟ ଯୋଗଦାନ କରି ଭୋଟ ଦେଇ ନିର୍ବାଚିତ କରେଇଥିଲେ।ଶ୍ରୀ ଭୋଇ ଆଜି ସମ୍ବଲପୁର ପହଞ୍ଚିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପହଁଞ୍ଚିବା ସହିତ ଜିଲ୍ଲା ଶିକ୍ଷକଙ୍କ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା।ଏହା ସହିତ ତାଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ।
ବବୃବାହନ ଭୋଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଓଡ଼ିଶାର ସାଧାରଣ ସମ୍ପାଦକ ଥାଇ ଦିର୍ଘ ଦୁଇ ବର୍ଷ ଧରି ବିଭିନ୍ନ ସାଙ୍ଗଠାନିକ କାମ ଓ ଶିକ୍ଷକ ମାନଙ୍କର ବିଭିନ୍ନ ଦାବି ପୂରଣ ପାଇଁ ଆନ୍ଦୋଳନ କରି ଆସୁଥିଲେ।