Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଲୋକ ମହୋତ୍ସବ ହେବ ଚିତ୍ତାକର୍ଷକ, ପୂର୍ଣ୍ଣାଙ୍ଗ କର୍ମକର୍ତ୍ତା ଘୋଷଣା

ସମ୍ବଲପୁର: ସମ୍ବଲପୁର ଲୋକ ମହୋତ୍ସବ ହେବ ଆକର୍ଷଣୀୟ ଓ ଚିତ୍ତାକର୍ଷକ।ଏଥିପାଇଁ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ସମ୍ବଲପୁର ଲୋକ ମହୋତ୍ସବ ୨୦୨୫ ପାଇଁ ଗୁରୁବାର ବିଳମ୍ଭିତ ସନ୍ଧ୍ୟାରେ ପୂର୍ଣ୍ଣାଙ୍ଗ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି।
ଆସନ୍ତା ଜାନୁୟାରୀ ୪ ତାରିଖରୁ ୫ ଦିନ ଧରି ହେବାକୁ ଥିବା ଲୋକ ମହୋତ୍ସବ ପାଇଁ ବିଶିଷ୍ଟ ସଂସ୍କୃତି ପ୍ରେମୀ ତଥା ସମାଜସେବୀ ପ୍ରଫୁଲ୍ଲ କୁମାର ହୋତାଙ୍କ ନାମରେ ସଂଯୋଜକ ପାଇଁ ମୋହର ମାରିଥିବା ବେଳେ ବିଶିଷ୍ଟ ସଂଗୀତଜ୍ଞ ରଞ୍ଜନ ସାହୁଙ୍କ ନାମ ସହ ସଂଯୋଜକ ଭାବେ ଘୋଷଣା କରାଯାଇଛି। ସମ୍ମନ୍ୱୟ ଓ ଶୃଙ୍ଖଳିତ ଭାବେ ମହୋତ୍ସବ ପାଳନ ପାଇଁ ଏକ ୬ ଜଣିଆ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରତିଷ୍ଠା ଅର୍ଜନ କରିଥିବା ସୁଧୀର ବହିଦାର, ସମୀର ବାବୁ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ରାମଦାସ ପଣ୍ଡା, ମିଳନ ମହାରଣା ଓ ଭୋଳାଶଙ୍କର ମହତମଙ୍କୁ ରଖାଯାଇଛି।
ବିଭିନ୍ନ ବିଭାଗୀୟ କାର୍ଯ୍ୟଶୈଳୀକୁ ସୁସମ୍ପାଦନ ପାଇଁ ଉପସମିତିର ଆବାହକ ଓ ସହ ଆବାହକଙ୍କ ନାମ ମଧ୍ୟ ଘୋଷଣା ହୋଇଛି। ଦଳ ଉପସମିତିରେ କୃଷ୍ଣ ଚନ୍ଦ୍ର ବାଗ ଆବାହକ ଓ ଆଲୋକ ପଣ୍ଡା ସହ ଆବାହକ, ମଞ୍ଚ ପାଇଁ ନନ୍ଦକିଶୋର ସାହୁ ଆବାହକ ଓ ଖୁସିରାମ ଛୁରିଆ ସହ ଆବାହକ ରହିଛନ୍ତି।ସେହିପରି ଯଥାକ୍ରମରେ ଆବାହକ ଓ ସହ ଆବାହକ ଭାବେ ଖାଦ୍ୟ ପାଇଁ ଅମିତ ପତି ଓ ସୁବ୍ରତ ପଣ୍ଡା, ପ୍ରଚାର ଓ ଶୋଭାଯାତ୍ରା ପାଇଁ ଦଶରଥ ମେହେର ଓ ଚନ୍ଦ୍ର ଶେଖର ପାତ୍ର, ପ୍ରଦର୍ଶନୀ ପାଇଁ ଶ୍ରୀମନ୍ତ ସାହୁ ଓ ରୋଚିସ୍ ଦେ, ଡକ୍ୟୁମେଣ୍ଟେସନ୍ ରେ ଆଶିଷ ପ୍ରଧାନ ଓ ଡମ୍ବରୁଧର ପ୍ରଧାନ, ସମ୍ବର୍ଦ୍ଧନା ପାଇଁ ଲଳିତ ମୋହନ ଵେବର୍ତ୍ତା ଓ ଅଜୟ କୁମାର ନାଥ, ଅଭ୍ୟର୍ଥନା ରେ ଶିଶିର ବହିଦାର ଓ ପ୍ରଭୁଦତ୍ତ ପଣ୍ଡା, ଆଲୋଚନାଚକ୍ରରେ ଅତିଶ କୁମାର ଶତପଥୀ ଓ ରଞ୍ଜିତ ରଥ ରହିଥିବା ବେଳେ ସ୍ମରଣିକା ଉପସମିତିର ଆବାହକ ଭାବେ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଓ ସହ ଆବାହକ ଭାବେ ସୁକାନ୍ତ କର ରହିଛନ୍ତି। ପରିବହନ ଉପସମିତିରେ ଦୀନେଶ ମହତମ ଓ ନିଗମାନନ୍ଦ ମହାନ୍ତି, ରହଣି ଉପସମିତିରେ ମହେଶ କୁମାର ପଟେଲ ଓ ସତୀଶ ଦୋରା ଥିବା ବେଳେ ଆଙ୍କରିଙ୍ଗ ପାଇଁ ଅଞ୍ଜନ କୁମାର ପ୍ରଧାନ ଓ ମୀମାଂସା ରଥ, ପାର୍କିଂ ପାଇଁ କାର୍ତ୍ତିକ ଆଇନ୍ଦ ଦୟାନିଧି ପ୍ରଧାନ ଥିବା ବେଳେ ପରିମଳ ଉପସମିତିରେ ସୌରୀ ନାରାୟଣ ପାଣିଗ୍ରାହୀ ଓ ସୁନୀଲ ସାଗରଙ୍କୁ ରଖାଯାଇଛି। ସେହିପରି ମିଡ଼ିଆ ଆବାହକରେ ଭବାନୀଷ ଭୋଇ ଓ ଷ୍ଟଲ ଉପସମିତି ଆବାହକ ଭାବେ ମୁକେଶ ଜରିୱାଲଙ୍କୁ ମନୋନୀତ କରାଯାଇଥିବା ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ଏହି ଘୋଷଣା ପରେ ସମ୍ବଲପୁର ଲୋକ ମହୋତ୍ସବର ନୂତନ ସଂଯୋଜକ ପ୍ରଫୁଲ୍ଲ କୁମାର ହୋତା କହିଛନ୍ତି ଯେ, ସମ୍ବଲପୁର ଲୋକ ମହୋତ୍ସବ ଏକ ନିଆରା ମହୋତ୍ସବ।ସମ୍ମନ୍ୱୟ ଓ ସହଭାଗିତାରେ ଏହାକୁ ଚିତ୍ତାକର୍ଷକ ଓ ଆକର୍ଷଣୀୟ କରି ରାଜ୍ୟ ଓ ଦେଶ ପାଇଁ ନବ ଉଲ୍ଲାସ ର ବାର୍ତ୍ତା ଦେବାକୁ ସମସ୍ତଙ୍କ ସେ ସହଯୋଗ କାମନା କରିଛନ୍ତି।