Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ନିର୍ବାଚନ କୁ ଅସିଦ୍ଧ ଘୋଷଣା କରାଯାଉ

ସମ୍ବଲପୁର: ସମ୍ବଲପୁର କେମିଷ୍ଟ ଡ୍ରଗିଷ୍ଟ ଆସୋସିଏସନ ବିଗତ ନିର୍ବାଚନ କୁ ନେଇ ଚଞ୍ଚକତା କରାଯାଇଛିl ନିର୍ବାଚନରେ ସବୁ କେମିଷ୍ଟ କୁ ସୂଚନା ପ୍ରଦାନ କରାଯାଇନଥିଲା ମୋବଇଲ ଯୋଗେ ସୂଚନା ଦିଆଯିବା କଥା କୁହା ଯାଉଥିବା ସ୍ଥଳେ ଏପର୍ଯ୍ୟନ୍ତ ସବୁ କେମିଷ୍ଟମାନଙ୍କୁ ଆସୋସିଏସନ ଗ୍ରୁପ ରେ ରଖା ନ ଯିବା ନେଇ ଅଭିଯୋଗ ହେଉଛି l କେତେଜଣ ହୋଲସେଲର୍‌ ଏବଂ ପ୍ରଭାବଶାଳୀ କେମିଷ୍ଟ ନିଜ ପତିଆରା ଜମାଇଵା ପାଇଁ ଠକ ନିବାର୍ଚନ ର ସାହାରା ନେଉଛନ୍ତି l ବିଗତ ପାଞ୍ଚ ଟି ନିର୍ବାଚନ ରେ ଏଭଳି ଚଞ୍ଚକତା କରାଯାଇଛି l ନାମକୁ ମାତ୍ର ଚେହେରା ନିର୍ବାଚନ ରେ ସଭାପତି, ଉପସଭାପତି, ସମ୍ପାଦକ, କୋଷାଧକ୍ଷ, ଉପଦେଷ୍ଟା ଆସନ ଅଳଙ୍କୃତ କରି ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ କୁ ନିଜର ବ୍ୟକ୍ତି ଗତ ଅନୁଷ୍ଠାନ ପରିଣତ କରିଛନ୍ତି। ସୂଚନା ଯୋଗ୍ୟ ଯେ ଜିଲ୍ଲା ଆସୋସିଏସନର ହିସାବ କେତେ ଜଣ ମୁଷ୍ଟିମେୟ ଠକ କର୍ମକତା ନେଣ ଦେଣ କରି ବ୍ୟକ୍ତିଗତ ସମ୍ପତି ରେ ପରିଣତ କରିଛନ୍ତି l ହୀରାକୁଦ ଉଷା ମେଡିକାଲସ ୪୩ ବର୍ଷ ର କେମିଷ୍ଟ ହୋଇ ଥିବା ବେଳେ, ଉତ୍କଳକେମିଷ୍ଟ ଆଜୀବନ. ସଭ୍ୟ, ତଥାପି ବିଗତ ନିବାର୍ଚନ ରେ ସୂଚନା ପ୍ରଦାନ କରା ଯାଇ ନ ଥିଲା ଏଵେ ବି କେମିଷ୍ଟ ଗ୍ରୁପ. ରୁ ବାହାରେ ରଖା ଯାଇଛିl କେତେଜଣ ହୋଲ ସେଲର ଡୁପ୍ଲିକେଟ ମେଡ଼ିସିନ ବ୍ୟାପର ରେ ସମ୍ପୃକ୍ତ ଅଛନ୍ତି l ଏଣୁ ଏମାନଙ୍କ ଦୋକାନ ଯାଞ୍ଚ କାରାଯାଇ ତଦନ୍ତ କଲେ ସମ୍ବଲପୁର ରୁ ଡୁପ୍ଲିକେଟ ମେଡ଼ିସିନ ର ପର୍ଦାଫାଶ ହୋଇ ପାରିବ, ଏବଂ ଚାଲାଣ ବନ୍ଦ ହେବ। ଉତ୍କଳ କେମିଷ୍ଟ ସମ୍ୱଲପୁର ର ସ୍ୱୀକୃତି ପ୍ରତ୍ୟା ହାର କରାଯିବା ପାଇଁ ଦାବି ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ